ବରଗଡ଼/ବିଜେପୁର: ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଥିବା ବିଜେପୁର ବିଧାନସଭା ଆସନ ଉପନିର୍ବାଚନରେ ପୂର୍ବାହ୍ନ ୯ଟା ସୁଦ୍ଧା ୧୧% ଭୋଟ୍ ଦାନ କରାଯାଇଥିବା କଥା ସଇଓ ସୂଚନା ଦେଇଛନ୍ତି।
ସମୁଦାୟ ୨୮୫ଟି ବୁଥ୍ରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସକାଳୁ ଭୋଟରମାନଙ୍କର ବିଶେଷ ଗହଳି ଜମି ନ ଥିଲା। ପରେ ପରେ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ରେ ଗହଳି ଲାଗିଥିଲା ଏବଂ ଲୋକେ ଭୋଟ୍ ଦେବାକୁ ଧାଡ଼ିବାନ୍ଧି ଅପେକ୍ଷା କରିଛନ୍ତି।
/sambad/media/post_attachments/wp-content/uploads/2019/10/bijepur1-300x169.jpg)
ଭୋର୍ ୫: ୩୦ରେ ମକ୍ପୁଲ୍ କରାଯାଇ ସକାଳ ୭ଟାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା। ପ୍ରଥମ କରି ଭୋଟ୍ ଦେବାକୁ ଆସିଥିବା ତରୁଣମାନଙ୍କ ମଧ୍ୟରେ ମଧ୍ୟ ଭୋଟ୍ ଦେବାପାଇଁ ପ୍ରବଳ ଆଗ୍ରହ ଦେଖାଦେଇଛି। ସର୍ବଶେଷ ବିବରଣୀ ଅନୁସାରେ, ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି।
ଆଜି ପ୍ରତ୍ୟୁଷ ୪: ୩୦ ରୁ ୫ଟା ମଧ୍ୟରେ ପୁଲିଙ୍ଗ୍ ପାର୍ଟିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ନିର୍ବାଚନ ମଣ୍ଡଳୀର ୬ଟି ନକ୍ସଲ୍ପ୍ରବଣ ବୁଥ୍କୁ ନିଆଯାଇଥିଲା। ସିଆର୍ପିଏଫ୍ ଯବାନମାନେ ପୁଲିଙ୍ଗ୍ ପାର୍ଟିଙ୍କୁ ଏସ୍କର୍ଟ କରି ନେଇଥିଲେ। ସେଠାରେ ମଧ୍ୟ ସୁରୁଖୁରୁରେ ଭୋଟ୍ ଗ୍ରହଣ ଚାଲିଥିବା କଥା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/bije.jpg)