ବିଜେପୁରରେ ନୂଆ-ପୁରୁଣା ଲଢ଼େଇ : ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ତିନି ପ୍ରମୁଖ ଦଳ

ନିର୍ବାଚନ ପୂର୍ବରୁ ଆକ୍ରମଣାତ୍ମକ ଭୂମିକାରେ ବିଜେପି, ନୂଆ କୌଶଳରେ ଲଢ଼ିବାକୁ କଂଗ୍ରେସର ସଜବାଜ, ନାମାଙ୍କନ ପୂର୍ବରୁ ଗଡ଼ ଜଗିଲେଣି ବିଜେଡି ନେତା

ଭୁବନେଶ୍ବର : ବିଜେପୁର ଉପନିର୍ବାଚନ ଲାଗି ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ େଘାଷଣା େଶଷ େହାଇଛି। ଆସନ୍ତାକାଲି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବେ। ଦୁଇ ପୁରୁଣା ମୁହଁ ବିଜେଡିର ରୀତା ସାହୁ ଓ ବିଜେପିର ସନତ ଗଡ଼ତିଆଙ୍କ ସହିତ କେଂଗ୍ରସର ନୂଆ ମୁହଁ ଦିଲୀପ ପଣ୍ଡାଙ୍କ ମଧ୍ୟରେ ମୁକାବିଲା ଲାଗି େକ୍ଷତ୍ର ପ୍ରସ୍ତୁତ େହାଇଛି। ଏଥିସହିତ ରାଜନୈତିକ ମହଲରେ ବିଜେପୁର ଉପନିର୍ବାଚନକୁ ନେଇ ଅବଗଣନା ମଧ୍ୟ ଆରମ୍ଭ େହାଇଗଲାଣି। ଏହି ମହଲରେ ତର୍ଜମା ଆରମ୍ଭ େହାଇଛି, କିଏ ଦଖଲ କରିବ ବିଜେପୁର?

କୌତୂହଳର କଥା ହେଉଛି, ବିଜେପୁର ଉପନିର୍ବାଚନ ପାଇଁ ତାରିଖ େଘାଷଣା ହେବା ମାତ୍ରେ ପରସ୍ପରର ନିକଟତର ଥିବା ବିଜେଡି-ବିଜେପି ସେମାନଙ୍କ ଆଚରଣ ବଦଳାଇବା ଆରମ୍ଭ କଲେଣି। ସାଧାରଣ ନିର୍ବାଚନ ପରଠାରୁ ଉଭୟ ଉଭୟଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ସମର୍ଥନ େଯାଗାଇ ଆସୁଥିଲେ। ଆଉ ଏବେ କଥା କଥାକେ ପୁଣି ଚିହିଁକି ଉଠିଲେଣି।

ଆଜି ବିଜେପି ସାଂସଦ ସୁରେଶ ପୂଜାରୀ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀ କଣ କରିଛନ୍ତି, ତାର ହିସାବ ମାଗିଛନ୍ତି। ଏହା ପୂର୍ବରୁ ପଶ୍ଚିମ ଓଡ଼ିଶାରେ ବିଜେଡିର ଭାବମୂର୍ତି କଳା କରିବା ଲାଗି ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ସ୍ଥାନୀୟ ନେତାଙ୍କୁ ଦଳ ଟାର୍ଗେଟ କରିଥିଲା। ଅଭିଯୁକ୍ତକୁ ସୁରକ୍ଷା ଦେଉଥିବାର ଅଭିେଯାଗ ଆଣିଥିଲା ଦଳ। ରଣନୀତି ସୂଚାଇଲାଣି େଯ ସୁରେଶ ପୂଜାରୀଙ୍କୁ ସାମ୍ନାରେ ରଖି ବିେଜପି ଏହି ଉପନିର୍ବାଚନ ଲଢିବ।

ବିଜେପିର ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ଓ ପରିବର୍ତିତ ରଣକୌଶଳ ରାଜ୍ୟ ରାଜନୀତିକୁ ଚର୍ଚ୍ଚାର େଖାରାକ େଯାଗାଇଛି। କାରଣ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମୁହାଁମୁହିଁ ସ୍ଥିତିରେ ଥିବା ବେଳେ େଶଷ ପର୍ଯ୍ୟାୟ େଭାଟ ଗ୍ରହଣ ପରଦିନ ଉଭୟ ଉଭୟଙ୍କର ପ୍ରଶଂସା ପାଇଁ ବାଟ େଖାଲିବା ଘଟଣା ରାଜ୍ୟବାସୀ ଭୁଲିନାହାନ୍ତି। ଏଣୁ ବିଜେପିର ଏହି କୌଶଳ ସାଧାରଣ େଭାଟରଙ୍କୁ କେତେ ପ୍ରଭାବିତ କରିବ, ତାହା ଉପରେ ଅଧିକ ତର୍ଜମା ଆରମ୍ଭ େହାଇଛି।

କଂଗ୍ରେସ ନୂଆ ତରିକାରେ ନିର୍ବାଚନ ଲଢିବା ସଂପର୍କରେ ସୂଚାଉଛି। ଏଥର ନିର୍ବାଚନ ପରିଚାଳନା ଲାଗି ସ୍ଥାନୀୟ ୯ଜଣ େନତାଙ୍କୁ ପିସିସି ଦାୟିତ୍ବ ଦେଇଛି ଓ ସମସ୍ତଙ୍କ ଠାରୁ ଆଗରେ ପ୍ରାର୍ଥୀ େଘାଷଣା କରିଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ଯୁବ ନେତା ଦିଲୀପଙ୍କୁ ନିର୍ବାଚନ ମଇଦାନକୁ ଆଣି ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ବିକଳ୍ପ ଭାବେ ଉଭା କରାଇବାକୁ ଉଦ୍ୟମ କରିଛି। ହେଲେ ଦଳ ପାଇଁ ସମସ୍ୟା ହେଲା, ପୁଅକୁ ପ୍ରାର୍ଥୀ ନ କରାଯିବା କାରଣରୁ କେଂଗ୍ରସ ନେତା ରିପୁନାଥ ସେଠ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଲାଣି। ସେହିଭଳି ଗତ କିଛି ଉପନିର୍ବାଚନ ସୂଚାଇଛି େଯ ବିଭିନ୍ନ ରାଜନୈତିକ ଦଳ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ଅର୍ଥ ନାହିଁ ଓ ଆକାଉଣ୍ଟ ନମ୍ବର ଦେଇ ଦଳୀୟ ନେତୃତ୍ବ ଟଙ୍କା ମାଗିବା ପରୋକ୍ଷରେ କର୍ମୀଙ୍କୁ ନିରୁତ୍ସାହିତ କରିଛି।

ବିଜେଡି ପୁରୁଣା ପ୍ରାର୍ଥୀ ଓ ପୁରୁଣା ରଣନୀତିରେ ନିର୍ବାଚନ ଲଢିବାକୁ ଆରମ୍ଭ କରିଛି। ଆଦୌ େକାଳାହଳ ନ କରି େଲାକଙ୍କ ସହିତ ରହିବା ଲାଗି ବିଜେଡି ଶୀର୍ଷ ନେତୃତ୍ବ ବିଜେପୁର ଦାୟିତ୍ବ େନଇଥିବା ନେତାଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ମନ୍ତ୍ର ଧରି ଆଜି ସୁଦ୍ଧା ପ୍ରାୟ ୫୦ରୁ ଅଧିକ ବରିଷ୍ଠ ଓ ଯୁବ ନେତା, ବିଧାୟକ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଗାଁ ଗଣ୍ଡାରେ ନେତା ଗଡ଼ ଜଗିବା ଆରମ୍ଭ କଲେଣି। ଦଳର ଛାମୁଆ ନେତାମାନେ ଭୁବିଜେପୁରରେ ଅଫିସ େଖାଲି ଆଜି ପ୍ରାରମ୍ଭିକ ସ୍ଥିତି ସମୀକ୍ଷା କରିଛନ୍ତି। ଆସନ୍ତାକାଲି ଏକ ବଡ଼ ରାଲିରେ ଯାଇ ରୀତା ପ୍ରାର୍ଥିପତ୍ର ଦାଖଲ କରିବେ।

ଉେଲ୍ଲଖଯୋଗ୍ୟ ଯେ ୨୦୧୮ ବିଜେପୁର ନିର୍ବାଚନରେ ଦିବଙ୍ଗତ କଂଗ୍ରେସ ନେତା ସୁବଳ ସାହୁଙ୍କ ଧର୍ମପତ୍ନୀ ରୀତା ସାହୁ ବିଜେଡିର ବିଜେପୁର ପ୍ରାର୍ଥୀ େହାଇଥିଲେ। କଂଗ୍ରେସ ଦୁର୍ଗ ଭେଦି ବିଜେଡି ନିଜ ପକେଟକୁ ଆଣିଥିଲା ଏହି ଆସନ। ୨୦୧୯ ସାଧାରଣ ନିର୍ବାଚନରେ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରକୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ପ୍ରାର୍ଥୀ େହାଇଥିଲେ। ବଡ଼ େଭାଟ ବ୍ୟବଧାନରେ ନିର୍ବାଚନ ଜିତିଥିଲେ। ସେତେବେଳେ ସନତ ଗଡତିଆ ପାଖାପାଖି ୫୧ ହଜାର େଭାଟ ହାତେଇଥିଲେ ଓ ବିଜେପି ଦ୍ବିତୀୟ ସ୍ଥାନ ଦଖଲ କରିଥିଲା। ଉଭୟ ପୁରୁଣା ନେତାଙ୍କ ସହିତ ଏଥର ନୂଆ ପ୍ରାର୍ଥୀ ଭାବେ ବରଗଡ଼ ଜିଲ୍ଲା କଂଗ୍ରେସ ଉପସଭାପତି ଦିଲୀପ ପଣ୍ଡା ଲଢିବେ।

ଏବେ ଦେଖିବା କଥା, ୨୦୧୮ ଉପ-ନିର୍ବାଚନର ପୁନରାବୃତ୍ତି େହବ ନା ନାହିଁ? ସନତଙ୍କୁ ଭରସା ଓ ସୁରେଶଙ୍କ େନତୃତ୍ବରେ ବିଜେପି ବାଜିମାତ୍ କରିବ? ନା ଦୁର୍ବଳ ହୋଇପଡ଼ିଥିବା ‘ହାତ’ ବଳ େଫରିପାଇବ?

ସମ୍ବନ୍ଧିତ ଖବର