ବିଜେପୁର ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ବିଜେଡିରେ

ଭୁବନେଶ୍ବର : ନିକଟରେ ବିେଜପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ େହାଇ ବିେଜଡି ବିପକ୍ଷରେ େଭାଟ ଲଢିଥିଲେ। ମାସ କେତେଟା ପରେ ଆଜି ବିଜେପୁର ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ସେହି ବିଜେଡି ଦଳରେ ମିଶିଛନ୍ତି। ଆଜି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ତାଙ୍କର ବିେଜଡି େଯାଗଦାନ ସଂପର୍କରେ ବିଧିବଦ୍ଧ େଘାଷଣା କରାଯାଇଥିଲା। ଗତକାଲି ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ବିଜେପୁର ଉପନିର୍ବାଚନ ପରେ ଦଳ ତାଙ୍କୁ ଅଣଦେଖା କରିବାରୁ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ବୋଲି ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଥିଲେ। ସ୍ଥାନୀୟ େଲାକେ ଚାହାନ୍ତି େଯ ସେ ବିେଜଡିରୁ ମିଶନ୍ତୁ େବାଲି ମଧ୍ୟ କହିଥିଲେ। ଶ୍ରୀ ସାହୁଙ୍କ ସହିତ କିଛି କଂଗ୍ରେସ େନତା ଓ କର୍ମୀ ବି ଆଜି ବିେଜଡିରେ େଯାଗ ଦେଇଛନ୍ତି। ପ୍ରଣୟ ବିଜେଡ଼ିରେ ଯୋଗ ଦେବା ପରେ ବିଜେପୁର ତଥା ବରଗଡ଼ ଜିଲ୍ଲାରେ ବିଜେଡ଼ିର ସ୍ଥିତି ଆହୁରି ମଜବୁତ ହୋଇଛି। ପ୍ରଣୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି। ତେବେ ଆସନ୍ତା ସାଧାରଣ ନିର୍ବାଚନରେ ସେ ଟିକେଟ ପାଇଁ ଆଶାୟୀ ନୁହନ୍ତି। ଦଳ ତାଙ୍କୁ ଯେଉଁ ଦାୟିତ୍ବ ଦେବ ତାକୁ ସେ ନିର୍ବାହ କରିବେ। ଗତ ବିଜେପୁର ଉପନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପରେ ସେ ନେତୃତ୍ବକୁ ଏହାର କାରଣ ସମୀକ୍ଷା କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଦଳ ପକ୍ଷରୁ ଏ ସଂପର୍କରେ ମୁଣ୍ଡ ଖେଳାଯାଇନଥିଲା। ବରଂ ତାଙ୍କ ମତାମତ ଗ୍ରହଣ କରାନଯାୟୀ ବରଗଡ ଜିଲ୍ଲାରେ ମଣ୍ଡଳ କର୍ମକର୍ତ୍ତାମାନଙ୍କୁ ନିଯୁକ୍ତି ଦିଆଗଲା। ଆଜିର ଏହି େଯାଗଦାନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ରୀତା ସାହୁ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର