ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଆଜି ବିଜେପି ଠାରୁ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି। ଦୀଘ’ ଦିନ ଧରି ବିଜେପି ଦଳରେ କୋଣଠେସା ହୋଇ ରହିଥିବା ବିଜେପି ମହାପାତ୍ର ନିଜର ଇସ୍ତଫା ପତ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିକଟକୁ ପଠାଇ ଦେଇଥିିବା ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଓଡ଼ିଶାର ସାମୁହିକ ସ୍ୱାର୍ଥ ଓ ବିକାଶ ନେଇ ଆଗାମୀ ୧୫ ଦିନ ମଧ୍ୟରେ ସେ ନିଜର ରାଜନୈତିକ ନିଷ୍ପତ୍ତି ଜଣାଇବେ ବୋଲି ଶ୍ରୀ ମହାପାତ୍ର ଘୋଷଣା କରିଛନ୍ତି।
୨୦୦୯ ମସିହାରେ ବିଜେପିରେ ଯୋଗ ଦେଇଥିବା ଶ୍ରୀ ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିଜେପି ନେତୃତ୍ୱ ଓଡ଼ିଶାର ବିକାଶ ଓ ସ୍ୱାର୍ଥକୁ ଗୁରୁତ୍ୱ ଦେଉ ନାହିଁ। ତେଣୁ ଏପରି ସ୍ଥଳେ ଦଳରେ ରହି କାର୍ଯ୍ୟ କରିବା ସମ୍ଭବ ନ ହେବାରୁ ସେ ଦଳରୁ ଇସ୍ତଫା ଦେଉଥିବା ଶ୍ରୀ ମହାପାତ୍ର କହିଛନ୍ତି। ପୂର୍ବରୁ ଏ ନେଇ ବିଭିନ୍ନ ସମୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ବରିଷ୍ଠ ବିଜେପି ନେତାମାନଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ତାଙ୍କୁ ସୁଫଳ ନ ମିଳିବାରୁ ସେ ଇସ୍ତଫା ଦେଲେ ବୋଲି ଶ୍ରୀ ମହାପାତ୍ର ଘୋଷଣା କରିଛନ୍ତିି। ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ଯେ ବିଜେପିର ଓଡ଼ିଶା ପ୍ରତି ଆନ୍ତରିକତା ଓ ନିଷ୍ଠା ନାହିଁ।
ବିଜେପିରୁ ଇସ୍ତଫା ଦେଲେ ବିଜୟ ମହାପାତ୍ର, ୧୫ ଦିନ ପରେ ନିଜର ରାଜନୈତିକ ଭବିଷ୍ୟତ ସମ୍ପର୍କରେ ଜଣାଇବେ
/sambad/media/post_attachments/wp-content/uploads/2018/11/Bijay-Mohapatra-Resign_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)