ଅପରାଧ କରିଛି ଏଏସ୍‌ଆଇ : କୋଣାର୍କ ପରିଦର୍ଶନ ପରେ ଗର୍ଜିଲେ ବିଜୟ

ମାସେ ଭିତରେ କୋଣାର୍କ ସଂରକ୍ଷଣ ନକ୍ସା ତିଆରି ହେଉ

କୋଣାର୍କ : ଗୋଟିଏ ମାସ ସମୟ ଦିଆଗଲା। ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର କୋଣାର୍କ ସଂରକ୍ଷଣ େନଇ େଠାସ୍ ନକ୍ସା ପ୍ରସ୍ତୁତ କରି ଓଡ଼ିଶାବାସୀଙ୍କ ସାମ୍ନାରେ ରଖନ୍ତୁ। ଅନ୍ୟଥା ପରିସ୍ଥିତି ଭୟାବହ େହବ ଓ ଭବିଷ୍ୟତରେ ଯଦି େକାଣାର୍କ ପ୍ରତି କିଛି ବିପଦ ସୃଷ୍ଟି ହୁଏ, େତବେ ଉଭୟ ଏଥିପାଇଁ ଉତ୍ତରଦାୟୀ ରହିେବ। େକାଣାର୍କ କାରୁକାର୍ଯ୍ୟ କାଢିନିଆଯାଉଥିବା େନଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆଜି ସ୍ଥିତି ଅନୁଧ୍ୟାନ କରି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଏମିତି ପ୍ରତିକ୍ରିୟା ରଖିଛନ୍ତି। ବିଜୟ ସ୍ଥାନୀୟ ବୁଦ୍ଧିଜୀବୀ, ଗବେଷକ, କାର୍ଯ୍ୟ କରୁଥିବା କିଛି କାରିଗରଙ୍କ ସହିତ ଆେଲାଚନା କରିଥିେଲ। ପରେ ଶ୍ରୀ ମହାପାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି େଯ ତାଜମହଲ ସୁରକ୍ଷା ପାଇଁ େକନ୍ଦ୍ର ସରକାର ଅନେକ ପଦକ୍ଷେପ େନଉଛନ୍ତି। ତାହାର ଗୁରୁତ୍ବ ରହିଛି। କିନ୍ତୁ େକାଣାର୍କର ମଧ୍ୟ କିଛି କମ୍ ନୁେହଁ। େହଲେ େକାଣାର୍କ ପ୍ରତି ଏତେ ବୈମାତୃକ ମନୋଭାବ କାହିଁକି?

ଶ୍ରୀ ମହାପାତ୍ର କହିଛନ୍ତି, େକାଣାର୍କ ପ୍ରତି ଏଏସ୍ଆଇ େକବଳ ଅବହେଳା କରିଛି ତା ନୁେହଁ, ଅପରାଧ ମଧ୍ୟ କରିଛି। ରକ୍ଷଣାେବକ୍ଷଣ ଦିଗରେ କର୍ତୃପକ୍ଷ ଗୁରୁତର ଅବହେଳା କରିଛନ୍ତି। ରାଜ୍ୟ ସରକାରଙ୍କ ସଂସ୍କୃତି ମନ୍ତ୍ରୀଙ୍କ ନାଁ ନ ନେଇ ସେ କହିଛନ୍ତି, େଯଉଁମାେନ ଭୁବନେଶ୍ବରରେ ବସି ସମୀକ୍ଷା କରୁଛନ୍ତି, େସମାନେ (ମନ୍ତ୍ରୀ, ସରକାରୀ ଅଧିକାରୀ) େସଠି ରାୟ ନ ଶୁଣାଇ େକାଣାର୍କ ଆସି ସ୍ଥିତି ପ୍ରଥମେ େଦଖନ୍ତୁ। ଓଡ଼ିଶାର ଗର୍ବ ଓ ଗୌରବ େକାଣାର୍କକୁ ଏଏସ୍ଆଇ େକଉଁ ସ୍ତରକୁ େନଇଗଲାଣି। ଏହାର ତୁରନ୍ତ ସ୍ଥାୟୀ ସମାଧାନ ପାଇଁ ରାସ୍ତା କଢାଯାଉ। କିଛି ବ୍ୟକ୍ତି, ଅଧିକାରୀ, ଠିକାଦାରଙ୍କ ପାଇଁ େକାଣାର୍କ େରାଜଗାର ପାଲଟିଛି। ଅର୍ଥ ଉପାର୍ଜନ କରୁଥିବା ଏଭଳି ବ୍ୟକ୍ତି ସାବଧାନ େହାଇଯାଆନ୍ତୁ। ଶ୍ରୀ ମହାପାତ୍ର କହିଥିେଲ, େକାଣାର୍କର ଭିତର ଓ ବାହାର ଉଭୟ ପ୍ରତି ବିପଦ େଦଖାେଦଲାଣି। ଏଣୁ ସବୁ କାମକୁ ପଛରେ ପକାଇ ରାଜ୍ୟ ସରକାର ପ୍ରଥମେ ଏହି ପ୍ରକଳ୍ପର ରକ୍ଷଣାେବକ୍ଷଣ ଓ ସ୍ଥାୟିତ୍ବ ପ୍ରତି ଗୁରୁତ୍ବ ଦିଅନ୍ତୁ। ଅନ୍ୟଥା ଓଡ଼ିଶା େଯଉଁ କ୍ଷତି ସହିବ, ତାହା େକବେ ବି ଭରଣା େହାଇପାରିବ ନାହିଁ।

ସମ୍ବନ୍ଧିତ ଖବର