ଭୁବନେଶ୍ୱର: ବିଜୁ ବାବୁ ଥିଲେ ଓଡ଼ିଶାବାସୀଙ୍କର ଅତି ନିଜର। ତାଙ୍କର ସବୁ ସ୍ୱପ୍ନ, ସଂଗ୍ରାମ ଥିଲା ଓଡ଼ିଆଙ୍କ ସ୍ୱାଭିମାନ, ଓଡ଼ିଆ ଜାତିର ଗୌରବ ଓ ଓଡ଼ିଶା ମା’ର ସ୍ୱତନ୍ତ୍ର ପରିଚୟ ପାଇଁ। ବିଜୁ ବାବୁ ଅନେକ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛନ୍ତି। ସାରା ବିଶ୍ୱରେ ଓଡ଼ିଆ ଜାତିର ଗୌରବ ଉଚ୍ଚା କରିଛନ୍ତି। ନେତା ଓ ଜନତାଙ୍କ ମଧ୍ୟରେ ସଂପର୍କକୁ ନୂଆ ଦିଗ ଦେଇଛନ୍ତି। ଯେଉଁଥିପାଇଁ ବିଜୁ ବାବୁ ଆଜି ଇତିହାସ ପୁରୁଷ, ବିକାଶ ପୁରୁଷ ଓ ସ୍ୱାଭିମାନୀ ପୁରୁଷ ଭାବେ ପରିଚିତି ପାଇଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ କନିଷ୍ଠ ପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୃତ୍ୟୁର ୨୧ବର୍ଷ ପରେ ବି ଓଡ଼ିଶା ବାସୀଙ୍କ ସହ ବିଜୁ ବାବୁଙ୍କ ସଂପର୍କ ପୂର୍ବ ପରି ମଜବୁତ୍ ରହିଛି। ଚାରିକୋଟି ଓଡ଼ିଆଙ୍କ ହୃଦୟରେ ବିଜୁ ବାବୁ ଆଜି ବି ରହିଛନ୍ତି। ବିକାଶର ରାସ୍ତାରେ ଆଗେଇ ଯିବା ପାଇଁ ତଥା ଓଡ଼ିଶା ବାସୀଙ୍କ ସେବା ପାଇଁ ପ୍ରେରଣା ଦେଇ ଚାଲିଛନ୍ତି। ସଂସ୍କୃତି, ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତି, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉଦ୍ବୋଧନ ଦେଇ କହିଥିଲେ ଯେ, ବିଜୁ ବାବୁ ଆଧୁନିକ ଓଡ଼ିଶା ନିର୍ମାଣର ମୂଳଦୁଆ ପକାଇଥିଲେ। କୃଷି, ଶିଳ୍ପ, ବାଣିଜ୍ୟ, ଗମନାଗମନ, ଶିକ୍ଷା, ନାରୀ ସଶକ୍ତିକରଣ ଦିଗରେ ବିଜୁ ବାବୁ ବହୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଥିଲେ। ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗେଇ ନେଉଛନ୍ତି।ପ୍ରାରମ୍ଭରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିବାବେଳେ ବିଭାଗୀୟ ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍କୁଲ ସ୍ତରରେ ଆୟୋଜନ ହୋଇଥିବା ପ୍ରବନ୍ଧ ଓ ବକ୍ତତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ମହାପ୍ରସାଦ କର ଓ ସାଥୀଙ୍କ ଦ୍ୱାରା ଭଜନ ଓ ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
ବିଜୁବାବୁ ଇତିହାସ ପୁରୁଷ
ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ
/sambad/media/post_attachments/wp-content/uploads/2018/04/m11-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)