ବିଜେଡି ପ୍ରତିଷ୍ଠା ଦିବସରେ ନବୀନଙ୍କ ବିଜୁକ‌ାର୍ଡ

ଆମକୁ ଆର୍ଥିକ ସ୍ବାଧୀନତା ଦିଅ, ସ୍ବତନ୍ତ୍ର ପାହ୍ୟା ଦରକାର ନାହିଁ କି ଅନୁଦାନ, ଓଡ଼ିଶା ଟଙ୍କାରେ ହେବ ଓଡ଼ିଶାର ଉନ୍ନତି, ସବୁ ଆଞ୍ଚଳିକ ଦଳକୁ ଖୋରାକ ଯୋଗାଇଲେ

ଭୁବନେଶ୍ବର : ଏକଦା ବିଜୁ ପଟ୍ଟନାୟକ କେନ୍ଦ୍ର ନିକଟରେ ରାଜ୍ୟ ପାଇଁ ଆର୍ଥିକ ସ୍ବାଧୀନତା ଦାବି କରିଥିଲେ। ଏହା ପରଠାରୁ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ଯେତେବେଳେ ବି ବିତର୍କ ମୁଣ୍ଡ ଟେକିଛି, ତାର ନିଷ୍କର୍ଷରେ ଏହି କଥାଟି ହିଁ ଗୁରୁତ୍ବ ପାଇଥାଏ। ସ୍ଲୋଗାନ ଭଳି କାମ କରିଥାଏ।

କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ସାମ୍ନାରେ ରଖି ୨୦୧୯ ସାଧାରଣ ନିର୍ବାଚନ ବିଗୁଲ୍ ଫୁଙ୍କିବା ବେଳେ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ବାବୁଙ୍କର ଏହି କାର୍ଡକୁ ପ୍ରୟୋଗ କରିଛନ୍ତି। ବିଜେଡିର ୨୧ତମ ଜନ୍ମତିଥି ପାଳନ ପାଇଁ ଭୁବନେଶ୍ବରରେ ଆେୟାଜିତ ରାଜ୍ୟସ୍ତରୀୟ ସଭାରେ ନବୀନ କହିଛନ୍ତି, ସେଦିନ ‘ବିଜୁ ବାବୁ ଠିକ୍ କହିଥିଲେ। େମାତେ ଆର୍ଥିକ ସ୍ବାୟତ୍ତତା ଦିଅ। ମୁଁ ଓଡ଼ିଶାକୁ ଦକ୍ଷିଣ ଏସିଆର ଏକ ଆଗୁଆ ରାଜ୍ୟ କରି ଗଢିତୋଳିବି। ଆଜି ବିଜୁ ବାବୁଙ୍କ ସହିତ ମୁଁ ଏକମତ। ମୋତେ ଆର୍ଥିକ ସ୍ବାୟତ୍ତତା ଦିଅ। େମାର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦରକାର ନାହିଁ, ମୋର କେନ୍ଦ୍ରୀୟ ପାଣ୍ଠି, ଅନୁଦାନ କିଛି ଦରକାର ନାହିଁ। ମୋତେ ଆର୍ଥିକ ସ୍ବାୟତ୍ତତା ଦରକାର। ଓଡ଼ିଶା ଟଙ୍କାରେ ମୁଁ ଓଡ଼ିଶାବାସୀଙ୍କର ଉନ୍ନତି କରିବି।’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତର ଦୁଇଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଶକ୍ତ ଆଭିମୁଖ୍ୟ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଜାତୀୟ ରାଜନୀତିରେ କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରିବା ଲାଗି ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ବଳ ଯୋଗାଇଛି। କେନ୍ଦ୍ର ବିରୋଧରେ ଆକ୍ରମଣ ତୀବ୍ର କରିବା ଲାଗି ଆଞ୍ଚଳିକ ଦଳମାେନ ଶକ୍ତି ପାଇଛନ୍ତି।

ଏଭଳି ଏକ ପ୍ରସଙ୍ଗ ଉତ୍ଥାପନ କରି ନବୀନ ଏହାକୁ ଘରେ ଘରେ ପହଞ୍ଚାଇବାକୁ ପରାମର୍ଶ ଦେବା ବେଳେ ଯେଉଁ ସବୁ କାରଣ ସଂପର୍କରେ ଉଲ୍ଲେଖ କରିଛନ୍ତି, ତାହା ବି ସଙ୍ଗିନ୍। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ୨୦୧୫ରୁ କୋଇଲା ରୟାଲିଟିକୁ ସେଂଶାଧନ କରାଯାଇନାହିଁ। ୫ମିନିଟରେ ଏହି ନିଷ୍ପତ୍ତି ହୋଇପାରିବ। କିନ୍ତୁ ହେଉନାହିଁ। ଓଡ଼ିଶାବାସୀ ହଜାର ହଜାର କୋଟି ହରାଇଛନ୍ତି। କ୍ଲିନ୍ ଏନର୍ଜି ସେସ୍ ବସାଇଲେ। ଭାରତ ସରକାର ପାଇଲେ ୨୧ ହଜାର କୋଟି ଟଙ୍କା, ଓଡ଼ିଶାବାସୀ ଏଥିରୁ ଶୂନ ପାଇଲେ। ଆମ ମାଟିେର ଆମ ଖଣି ନେଇ କଂପାନି କଲେ। ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ୍ ପ୍ରତିବର୍ଷ ୨୦ ହଜାର କୋଟି ଟଙ୍କା ଲାଭ କରୁଛି। ଓଡ଼ିଶାବାସୀଙ୍କୁ ମିଳୁଛି କେବଳ ପ୍ରଦୂଷଣ। ଓଡ଼ିଶାରୁ େରଳବାଇ ବର୍ଷକୁ ପାଉଛି ୨୦ ହଜାର କୋଟି ଟଙ୍କା। ଓଡ଼ିଶାର ରେଳ ବଜେଟ୍ ଖର୍ଚ୍ଚ ମାତ୍ର ୨ ହଜାର କୋଟି ଟଙ୍କା।

କେବଳ ସେତିକି ନୁହେଁ, ନବୀନ ପ୍ରଧାନମନ୍ତ୍ରୀଙ୍କ େଖାର୍ଧା ସଭାର ପ୍ରତ୍ୟୁତ୍ତର ଦେବାକୁ କିନ୍ତୁ ଭୁଲିନାହାନ୍ତି। ଶୈଳୀ ସମାନ ଥିଲା। ନବୀନ ଆଜି ପ୍ରଧାନମନ୍ତ୍ରୀ ବା ବିଜେପିର ନାଁ େନଇନାହାନ୍ତି ସତ କିନ୍ତୁ କେନ୍ଦ୍ର ସରକାରଙ୍କ ସବୁ େଦାଷ ଦୁର୍ବଳତାକୁ ପଦାକୁ ଟାଣି ପ୍ରଚଣ୍ଡ ଆକ୍ରମଣ କରିଛନ୍ତି। କିଭଳି େଗାଟିଏ ଚୁଟକିେର ସମାଧାନ େହବାକୁ ଥିବା ନିଷ୍ପତ୍ତିକୁ େକନ୍ଦ୍ର ସରକାର ବର୍ଷ ବର୍ଷ ଧରି ମାଡ଼ି ରଖିଛନ୍ତି, ନବୀନ ତାହା ବି ଉଲ୍ଲେଖ କରିବାକୁ ଭୁଲିନାହାନ୍ତି। ୯ଟି ପ୍ରଶ୍ନ ରଖିଛନ୍ତି େକନ୍ଦ୍ର ସାମ୍ନାରେ।

ବିଜେଡି ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ େକନ୍ଦ୍ରକୁ ତାଚ୍ଛଲ୍ୟ କରି ଆହୁରି କହିଥିଲେ ଯେ ମୁଁ ସବୁବେଳେ କହିଆସିଛି େଯ କଂଗ୍ରେସ ହେଉ କିମ୍ବା ବିଜେପି, ଓଡ଼ିଶା ପ୍ରତି କୌଣସି ଜାତୀୟ ଦଳର ଦରଦ ନାହିଁ। ଏହା ଆେମ ସମସ୍ତେ ଅନୁଭବ କରୁଛୁ। ନିର୍ବାଚନ ଆସିଲେ ସେମାନେ ଆସିବେ, ବଡ଼ ବଡ଼ ସ୍ବପ୍ନ େଦଖାଇବେ ଓ ଗୁଡାଏ ଶିଳାନ୍ୟାସ କରିବେ। ତା ପରେ ଆଉ େଦଖା ମିଳିବନାହିଁ।

ଆେମ କିନ୍ତୁ କଥା ନୁହେଁ, କାମରେ ବିଶ୍ବାସ କରୁ। େସଥିପାଇଁ ବିଜୁ ଜନତା ଦଳ ଆଜି ଆନ୍ଦୋଳନରେ ପରିଣତ େହାଇଛି। ଓଡ଼ିଶାବାସୀଙ୍କ ହକ୍ ପାଇଁ, ସ୍ବାଭିମାନ ପାଇଁ ଏ ଆନ୍ଦୋଳନ ଓ ଏହା ଆଗକୁ ବି ଜାରି ରହିବ।

ବିେଜଡି ଜନ୍ମଦିନର ଶୁେଭଚ୍ଛା ଜଣାଇ ନବୀନ କହିଥିଲେ, ଆଞ୍ଚଳିକ ଦଳମାନଙ୍କ ପ୍ରତି େଲାକଙ୍କ ସମର୍ଥନ ବଢୁଛି। ସାରା ଦେଶରେ। ଏହାର କାରଣ ମଧ୍ୟ ବର୍ଣ୍ଣନା କରିବାକୁ ଭୁଲିନଥିଲେ।

ଉଲ୍ଲେଖଯୋଗ୍ୟ, ନବୀନଙ୍କର ଆର୍ଥିକ ସ୍ବାଧୀନତା ସଂକ୍ରାନ୍ତରେ ଆକ୍ରମଣାତ୍ମକ ଆଭିମୁଖ୍ୟ ନେବା ପୂର୍ବରୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଥିଲେ। ଏଥିରେ ବିଜେପିର ବି ସମର୍ଥନ ଥିଲା। ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ େହାଇଥିଲା। ନୂଆଦିଲ୍ଲୀ ଯାଇ ବିେଜଡି େନତାମାେନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ। ହେଲେ ଏହାକୁ କେନ୍ଦ୍ର ସରକାର ଟାଳି ଦେବା ପରେ ମଝିରେ ମଝିରେ ପ୍ରସଙ୍ଗଟି ବିତର୍କର େକନ୍ଦ୍ରବିନ୍ଦୁ ସାଜୁଥିଲା। ମୁଖ୍ୟମନ୍ତ୍ରୀ କିନ୍ତୁ ଏହାକୁ େକନ୍ଦ୍ର ବିରୋଧରେ ନିର୍ବାଚନୀ କାର୍ଡ କରିବାକୁ ଭୁଲିନାହାନ୍ତି। ସମାନ୍ତରାଳ ଭାବେ ବିଜୁ ବାବୁଙ୍କୁ ମଧ୍ୟ େଲାକଙ୍କ ପାଖରେ ପୁଣି ଥରେ ପହଞ୍ଚାଇବାକୁ ବିେଜଡି େଚଷ୍ଟା କରିଛି।

ରାଜନୈତିକ ମହଲର କହିବା କଥା େହଉଛି, େକନ୍ଦ୍ରରେ ବିେଜପିର ସ୍ଥିତି ଦୁର୍ବଳ େହଉଛି ଓ ଆଭ୍ୟନ୍ତରୀଣ କନ୍ଦଳ ଉଗ୍ର େହବାରେ ଲାଗିଲାଣି। ଅନ୍ୟପକ୍ଷରେ ହିନ୍ଦୀ ଭାଷାଭାଷୀ ଅଞ୍ଚଳରୁ ବିେଜପି େପାଛି ହେବାରେ ଲାଗିଛି। ଏକଥା ବି ଦେଖାଯାଉଛି େଯ େଯଉଁ ସ୍ଥାନରେ ଆଞ୍ଚଳିକ ଦଳ ସଶକ୍ତ ଅଛନ୍ତି, ସେଠାରେ ଜାତୀୟ ଦଳ ପଶିପାରୁନାହାନ୍ତି। ଏଣୁ ସ୍ବାଭାବିକ ଭାବରେ ଉଭୟ କଂଗ୍ରେସ ଓ ବିଜେପି ଉପରେ ଚାପ ସୃଷ୍ଟି କରି ରାଜ୍ୟ ସ୍ବାର୍ଥ ହାସଲ ପ୍ରସଙ୍ଗ ପାଇଁ ଏହା ଉପଯୁକ୍ତ ସମୟ। େଯହେତୁ ଜାତୀୟ ରାଜନୀତିରେ ନବୀନ ଏକ ଭଲସ୍ଥିତିରେ ଅଛନ୍ତି ଓ ତାଙ୍କର ପତିଆରା ଅଛି, ଆର୍ଥିକ ସ୍ବାୟତ୍ତତା ପ୍ରସଙ୍ଗ ଉଠାଇ ସେ କେବଳ ଓଡ଼ିଶାରେ େଯ ଜାତୀୟ ଦଳମାନଙ୍କୁ ଟାର୍ଗେଟ କରିଛନ୍ତି ତା ନୁହେଁ, କେସିଆରଙ୍କ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ଠାରୁ ଆରମ୍ଭ କରି ଆନ୍ଧ୍ରରେ ତେଲଗୁ ଦେଶମ ପାର୍ଟି, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଭଳି ଆଞ୍ଚଳିକ ଦଳଗୁଡ଼ିକୁ ଉସୁକାଇଛନ୍ତି।

ଆଜିର ପ୍ରତିଷ୍ଠା ଦିବସ ସମାେରାହରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ସରୋଜିନୀ େହମ୍ବ୍ରମ୍, ପ୍ରସନ୍ନ ପାଟ୍ଟଶାଣୀ, ନରେନ୍ଦ୍ର ସ୍ବାଇଁ, ମନ୍ତ୍ରୀ ଅେଶାକ ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି ଓ େମୟର ଅନନ୍ତ ଜେନାଙ୍କ ସହିତ ମହାନଗର ନିଗମର କର୍ପୋରେଟର, ବିେଜଡି ଛାମୁଆ ସଂଗଠନର ମୁଖିଆମାେନ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନିେର୍ଦଶକୁ ମାନି ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର,କର୍ପୋରେଟର ପ୍ରମୁଖ ନିର୍ବାଚନୀ ପାଣ୍ଠି ବାବଦରେ ଚେକ୍ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର