ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିତ

ବୃକ୍ଷରୋପଣ, ରକ୍ତଦାନ, ମାସ୍କ ବଣ୍ଟନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମ ଦିବସ ଅବସରରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୭୪ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ସେହିପରି ୟୁନିଟ୍‌-୮ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ମାଷ୍ଟରକ୍ୟାଣ୍ଟିନ୍‌ଠାରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ବରେ ସଙ୍ଗଠନର ସଦସ୍ୟମାନେ ସାଧାରଣ ଲୋକଙ୍କୁ ମାସ୍କ ପିନ୍ଧାଇବା ସହ କରୋନା ମୁକାବିଲା ନେଇ ସଚେତନ କରାଇଥିଲେ। ଶ୍ରୀ ତ୍ରିପାଠୀ କହିଲେ, ମୁଖ୍ୟମନ୍ତ୍ରୀଙ୍କ ସଶକ୍ତ ଓଡ଼ିଶା ଗଠନ ଆହ୍ବାନକୁ କାର୍ଯ୍ୟରେ ରୂପାନ୍ତର କରିବା ସଙ୍ଗଠନର ମୁଖ୍ୟ ଲକ୍ଷ୍ୟ। ରାଜ୍ୟର ଛାତ୍ରଛାତ୍ରୀ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ବିକାଶ ସ୍ବପ୍ନକୁ ସାକାର କରିବାକୁ ସେ ଆହ୍ବାନ ଦେଇଥିଲେ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା-ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ଛାତ୍ର ବ୍ୟାପାର ଅମରଜିତ୍‌ ସେନାପତି, ମନ୍ଦାକିନୀ କର, ଯୁଗ୍ମ ସମ୍ପାଦକ (ଛାତ୍ର ବ୍ୟାପାର) ପ୍ରଶାନ୍ତ କୁମାର ଡାଙ୍ଗ, ତନ୍ମୟ ସ୍ବାଇଁ ପ୍ରମୁଖ ଉଦ୍‌ଘାଟନ କରିଥିଲେ। ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ‌ରାଜେଶରାଜ ସ୍ବାଇଁ, ବରିଷ୍ଠ ଉପସଭାପତି ଅଜିତ୍‌ ବେହେରା, ବିଶ୍ବ ପ୍ରତାପ ସାହୁ, ଭୁବନେଶ୍ବର ଜିଲ୍ଲା ସଭାପତି ସୁବାସ ସାହୁ, ସାଧାରଣ ସଂପାଦକ ସୁଜିତ୍‌ ପାଲଟାସିଂହ, ଉପସଭାପତି ଅପୂର୍ବା ଅପରୂପା, ଭୁବନେଶ୍ବର ଜୋନ୍‌ ସଭାପତି ଭଗବାନ ସାହୁ, ସାଧାରଣ ସମ୍ପାଦକ ଦେବସ୍ମିତା ଦାସ, ସମ୍ପାଦକ ଧର୍ମେନ୍ଦ୍ର ଧଳ, ରଞ୍ଜିତ ଦାସ, ସୁମନ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର