ଭୁବନେଶ୍ବର: ଦଶମ ବୋର୍ଡ ପରୀକ୍ଷା ଫିଜ୍ ଛାଡ଼ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୁ ଛାତ୍ର ଜନତା ଦଳ ଚିଠି ଲେଖିଛି। କୋଭିଡ ମହାମାରୀ ଯୋଗୁଁ ଅଧିକାଂଶ ଛାତ୍ରଛାତ୍ରୀଙ୍କର ଅଭିଭାବକ ଏବର୍ଷ ନିଜ ପିଲାଙ୍କ ପାଇଁ ଦଶମ ବୋର୍ଡ ପରୀକ୍ଷା ଫିଜ୍ ଦାଖଲ କରିବା ଅବସ୍ଥାରେ ନାହାନ୍ତି ଏବଂ ଏଥି ଯୋଗୁଁ ସଂଖ୍ୟାଧିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିବାକୁ ବଂଚିତ ହେବାର ଆଶଙ୍କା ରହିଛି।
ଏଣୁ ଏଦିଗରେ ଆପଣଙ୍କ ସଦୟ ଦୃଷ୍ଟି ଆକର୍ଷଣ ପୂର୍ବକ ବିଜୁ ଛାତ୍ର ଜନତା ଦଳ ଅନୁରୋଧ କରୁଛି ଯେ, ଦଶମ ବୋର୍ଡ ପରୀକ୍ଷାର୍ଥୀ ମାନଙ୍କୁ ଏ ଦୟନୀୟ ସ୍ଥିତିରୁ ଉଦ୍ଧାର କରିବା ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଉପରେ ଧୈର୍ଯ୍ୟ କରାଯାଉଥିବା ପରୀକ୍ଷା ଫିଜ ୪୨୦ ଟଙ୍କା ଛାଡ଼ କରାଗଲେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ତଥା ଅଭାବୀ ଜନସାଧାରଣ ବହୁଳ ଉପକୃତ ହେବେ ବୋଲି ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଂଜନ ତ୍ରିପାଠୀ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Matric-Exam.jpg)