ଦେବଗଡ଼ : ଉପାନ୍ତ ଅଞ୍ଚଳ ତଥା ବିଭିନ୍ନ ଗ୍ରାମକୁ ଗମନାଗମନର ସୁବିଧା ପାଇଁ ସରକାର ଏବଂ ଓଡ଼ିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ଦେବଗଡ଼ ଜିଲ୍ଲାକୁ ୫ଟି ବସ ପ୍ରଦାନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ୩ଟି ରୁଟ୍ରେ ୩ଟି ବିଜୁ ଗାଁ ଗାଡ଼ି ବସ ଜାନୁଆରି ୨୦୧୬ ମାସରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ କିନ୍ତୁ ୩ଟି ରୁଟ୍ରେ ୩ଟି ବସ୍ ସେବା ଚାଲିଥିବାବେଳେ ବାକି ୨ଟି ବସ୍ ବର୍ତ୍ତମାନ ରୁଟ୍ ନପାଇ ପଡ଼ି ରହିଛି। ତେବେ ଏମିତି ପଡ଼ି ରହିବା ଫଳରେ ବସଗୁଡିକ ମଧ୍ୟ ନଷ୍ଟ ହେବାକୁ ବସିଲାଣି। ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ସରକାରୀ ବସ୍ ଚଳାଚଳ କରିବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଛି। ଏନେଇ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାରୁ ପ୍ରକାଶ ଯେ ଗମନାଗନର ସୁବିଧା ପାଇଁ ରାଜ୍ୟ ସରକାର ଏବଂ ଓଡ଼ିଶା ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜିଲ୍ଲାକୁ ୩ଟି ରୁଟ୍ ପାଇଁ ୪ଟି ବସ ପ୍ରଦାନ କରାଯାଇଥିଲା ଏବଂ ଆଉ ଗୋଟିଏ ବସ କେଉଁ ବସ ଖରାପ ହେଲେ ଉକ୍ତ ୪ଟି ରୁଟରେ ଚଳାଇବା ପ୍ରଦାନ କରାଯାଇଥିଲା। ତେବେ ୪ଟି ରୁଟରୁ ଗୋଟିଏ ବସ ଦେବଗଡରୁ କୁଚିଣ୍ଡା -ଭାୟା ଲଇମୁରା-ଝରାଗୋଗୁଆ ଦେଇ ଯାତାୟାତ କରୁଛି। ଆଉ ଗୋଟିଏ ବସ ଦେବଗଡ଼ରୁ ସଡୋ ପ୍ରତ୍ୟହ ଦୁଇ ଥର ୨ଟି ବସ୍ ଯାତାୟାତ କରୁଛି। ତେବେ ଦେବଗଡ଼ରୁ ତେଲିକୁସୁମକୁ ଯାତାୟାତ କରୁଥିବା ବସ ରାସ୍ତା ଖରାପ ଯୋଗୁଁ ବନ୍ଦ କରାଯାଇଛି। ଆଉ ବାକିଥିବା ଗୋଟିଏ ବସ୍ ଦେବଗଡ଼ରୁ ଟୁହିଲାମାଳ ପ୍ରତ୍ୟହ ଯାତାୟାତ କରୁଥିଲା। କିନ୍ତୁ ଆବଶ୍ୟକ ଲାଭ ନ ମିଳିବାରୁ ଉକ୍ତ ବସ୍ଟି ମଧ୍ୟ ବନ୍ଦ କରାଯାଇଛି। ତେବେ ଯାହା ହେଉନା କାହିଁକି ଏମତି ଗୋଟିଏ ପରେ ପରେ ସରକାରୀ ବସ ବନ୍ଦ ହୋଇଯିବା ଫଳରେ ସହରାଞ୍ଚଳ ତଥା ଗ୍ରାମାଞ୍ଚଳର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହେଉଛନ୍ତି। ଏହାସହିତ ଦେବଗଡ଼ରୁ ଅନୁଗୁଳକୁ ମଧ୍ୟ ଏକ ସରକାରୀ ବସ ଚଳାଚଳ କରୁଥିଲା। ଉକ୍ତ ବସ ମଧ୍ୟ କୌଣିସି କାରଣରୁ ବନ୍ଦ ହୋଇଯିବା ଯୋଗୁଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତି ବର୍ଷ ପରେ ବର୍ଷ ବିତି ଚାଲିଥିଲେ ମଧ୍ୟ ଉକ୍ତ ୨ଟି ବସ୍ ରୁଟ୍ ନପାଇ ଏମତି ପଡି ପଡି ନଷ୍ଟ ହେଉଛି। ଫଳରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ନଷ୍ଟ ହେଉଛି।
ଏ ସଂପର୍କରେ ଦେବଗଡ଼ ବିଜୁ ଗାଁ ଗାଡ଼ି ୟୁନିଟ ଇନଚାର୍ଜ ସହ ଯୋଗାଯୋଗ କରିବାରୁ ଦେବଗଡ଼ ଜିଲ୍ଲାକୁ ୫ଟି ବସ୍ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ୩ଟି ବସ୍ ଚଳାଚଳ କରୁଥିବାବେଳେ ଆଉ ୨ଟି ବସ ସେବା ବନ୍ଦ ହୋଇଯାଇଛି। ଏଥିପାଇଁ ଅନ୍ୟ ଜିଲ୍ଲାକୁ ବସ୍ ଯାତାୟାତ କରିବା ପାଇଁ ରୁଟ୍ ଆବେଦନ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟପଟେ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାକୁ ନୂତନ ସରକାରୀ ବସ୍ ପ୍ରଦାନ କରିଛନ୍ତି। ଓଡ଼ିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ଦେବଗଡ଼ ଜିଲ୍ଲାକୁ ଗୋଟିଏ ବି ବସ ପ୍ରଦାନ କରାଯାଇ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଦେବଗଡରୁ କୋଲକାତା, ମୁଖିଗୁଡା ଏବଂ ରାୟପୁର ସରକାରୀ ବସ ଚଳାଚଳ କରିବା ପାଇଁ ବିଭିନ୍ନ ମହଲରୁ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏନେଇ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/deogarh.jpg)