ଭୁବନେଶ୍ୱର: ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କୁ କାଳିଆ ସହାୟତା ଦେଇଥିଲେ ରାଜ୍ୟ ସରକାର। ଠିକ୍ ସେହିଭଳି ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଭିଡ ସହାୟତା ପ୍ରଦାନ କରିବାକୁ ଯାଉଛନ୍ତି ସରକାର। କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ହଜାରେ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି।

Advertisment

୭ ଦିନ ଭିତରେ ହିତାଧିକାରୀଙ୍କୁ ୩୫୦ କୋଟି ଟଙ୍କା ବାଣ୍ଟିବା ପାଇଁ ନିର୍ଦ୍ଦେଶ ରହିଛି। କାଳିଆ ଟଙ୍କା ଭଳି ଏହି ସହାୟତା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ଗଞ୍ଜାମ ଜିଲ୍ଲାକୁ ଏହା ବାବଦରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୮ କୋଟି ୧୫ ଲକ୍ଷ ୯୦ ହଜାର ୩୦୦ ଟଙ୍କା ଓ ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୨ କୋଟି ୮୪ ଲକ୍ଷ ୪୭ ହଜାର ଟଙ୍କା ଦିଆଯିବ।

publive-image

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଥିବା ହିତାଧିକାରୀଙ୍କୁ ଏହି ଟଙ୍କା ଦିଆଯିବ। ବିଏସକେୱାଇ କାର୍ଡ ନ ଥିଲେ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡଧାରୀଙ୍କୁ ବିଚାରକୁ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି।

ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ହଜାରେ ଟଙ୍କା ଦେଇ ଜନମତକୁ ପ୍ରଭାବତ କରିବା ପାଇଁ ବିଜେଡି ସରକାର ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି। ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ କିଭଳି ପ୍ରତିକ୍ରିୟା ରଖୁଛନ୍ତି, ତାହା ଦେଖିବାକୁ ବାକି ରହିଲା।