ଓମିକ୍ରନର ପ୍ରଭାବ: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀସଂଖ୍ୟା ହ୍ରାସ!

ଭୁବନେଶ୍ବର: ସଂପ୍ରତି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀସଂଖ୍ୟା ହ୍ରାସ ପାଉଛି ବୋଲି ଏହାର ନିର୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଓମିକ୍ରନକୁ ନେଇ ବିମାନବନ୍ଦରଠାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାୟୀ କଡ଼ା ପଦକ୍ଷେପ ନିଆଯାଉଛି। ଯାତ୍ରୀଙ୍କ ଆର ଟି ପି ସି ଆର ପରୀକ୍ଷା ପାଇଁ ବିଏମସି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ବିମାନ ଦ୍ୱାରା ଆସିଥିବା ଯାତ୍ରୀଙ୍କ ଆରଟିପିସିଆର ବାଧ୍ୟତାମୂଳକ। ଯେଉଁ ଯାତ୍ରୀ ୭୨ ଘଣ୍ଟା ମଧ୍ୟରେ ପରୀକ୍ଷା କରିଛନ୍ତି ତାଙ୍କ ପାଇଁ ଆର ଟି ପି ସି ଆର ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦେଶକ।

ଦୈନିକ ବିମାନବନ୍ଦରରେ ୭୬ଟି ବିମାନ ଯିବା ଆସିବା କରୁଥିବାରୁ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ପାଖାପାଖି୧୨ ହଜାର ରହୁଛି। କ୍ରମଶଃ ପୁଣି କମିବାରେ ଲାଗିଛି ଯାତ୍ରୀଙ୍କ ସଂଖ୍ୟ। ଏପଟେ ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ସେବା ସିଧାସଳଖ ନଥିବା ବେଲେ କେବଳ ଘରୋଇ ଫ୍ଲାଇଟ ଚଳାଚଳ ହେଉଛି। ବିମାନବନ୍ଦରରେ ସାନିଟାଇଜେସନ ଉପରେ ଗୁରୁତ୍ୱ ଦିଆଯାଉଛି। ଥର୍ମାଲ ସ୍କ୍ରିନିଂ ମଧ୍ୟ ଆରମ୍ଭ ହେବ।

ସମ୍ବନ୍ଧିତ ଖବର