ସୋନପୁର : ସୋନପୁର ବିଜୁ ପଟ୍ଟନାୟକ ମହିଳା ଡିଗ୍ରି କଲେଜର ଅଧ୍ୟକ୍ଷା ବୈଜୟନ୍ତୀ ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ। କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ନିଲମ୍ବନ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ ସୂଚନା ଦେଇଛନ୍ତି।
ଏଠାରେ ସୂଚନାଯୋଗ୍ୟଯେ ଅଧ୍ୟକ୍ଷା ବୈଜୟନ୍ତୀ ନାୟକ ପରିଚାଳନା କମିଟିର ନିଷ୍ପତ୍ତି ଠିକ୍ ଭାବରେ କାର୍ଯ୍ୟକାରୀ ନକରିବା, ଅଧ୍ୟାପକ ଓ କର୍ମଚାରୀଙ୍କ ଇପିଏଫ୍ ଜାଣିଶୁଣି ବନ୍ଦ କରିବା ଆଦି ଅନେକ ଅଭିଯୋଗ ଆଣି ଗତ ବୁଧବାର ଅଧ୍ୟାପକ ଓ କର୍ମଚାରୀମାନେ ଅତିରିକ୍ତ ଜିଲ୍ଲାପାଳ ତଥା ପରିଚାଳନା କମିଟି ସଭାପତି ଶ୍ରୀ ଦାଶଙ୍କୁ ଭେଟି ଲିଖିତ ଭାବରେ ଜଣାଇଥିଲେ। ଏହା ପରେ ଅଧ୍ୟକ୍ଷାଙ୍କୁ ନିଲମ୍ବନ କରାଯାଇଥିବା ଜଣାଯାଇଛି।