ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ମହାନ ଜନ ନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ୨୨ତମ ଶ୍ରାଦ୍ଧ ବାର୍ଷିକୀ ଅତି ନିରାଡମ୍ବର ଭାବେ ପାଳିତ ହୋଇଯାଇଛି।
ରାଜ୍ୟ ବିଧାନସଭା ପରିସର ଏବଂ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ମଧ୍ୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ଏଥର ଚଳିତ ନିର୍ବାଚନ ଦୃଷ୍ଟିରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଏହି ଶ୍ରାଦ୍ଧ ଉତ୍ସବ ନିରାଡମ୍ବର ଭାବେ ପାଳନ କରାଯାଇଛି।ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ନିର୍ବାଚନ ପ୍ରଚାର ପାଇଁ ବାହାରି ଯାଇଥିଲେ। ମୟୁରଭଞ୍ଜର ଠାକୁରମୁଣ୍ଡାଠାରେ ନିର୍ବାଚନ ପ୍ରଚାର ସଭାରେ ସେ ବିଜୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଭାଷଣ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର