ରାଜନଗର : ରାଜନଗରର ପୂର୍ବତନ ବିଧାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ଉତ୍ତେଜନା ବଢିବାରେ ଲାଗିଛି। ଏପରି ଘୃଣ୍ୟ ଓ ଅସାମାଜିକ କାର୍ଯ୍ୟ କରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆନ୍ଦୋଳନ ସାରା ଜିଲ୍ଲାକୁ ବ୍ୟାପିଛି। ରାଜନଗରବାସୀଙ୍କ ପକ୍ଷରୁ ଆସନ୍ତାକାଲି ସକାଳ ୬ଟାରୁ ପୂର୍ବାହ୍ନ ୧୨ଟା ଯାଏଁ ରାଜନଗର ବନ୍ଦ ଡାକରା ଦିଆଯାଇଛି। ତାତି ବଢିବା ପରେ ବିଜୁ ସ୍ମୃତି ସଂସଦ ପରିସରକୁ ପ୍ରଶାସନ କବଜାକୁ ନେଇଛି। ଗତକାଲି ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ କେହି ଭାଙ୍ଗି ମୁଣ୍ତକୁ ଅଲଗା କରି ଦେଇଥିଲେ। ଆଜି ସକାଳେ କଟା ମୁଣ୍ତ ପ୍ରତିମୂର୍ତ୍ତି ଉପରେ ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା। ତହସିଲଦାର ପ୍ରତିମୂର୍ତ୍ତିରେ ଧଳାକପଡ଼ା ପକାଇଥିବା ଜଣାପଡ଼ିଛି। ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ହସ୍ତକ୍ଷେପ କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଦିବ୍ୟେନ୍ଦୁ ଶେଖର ଦାସ, ଆଇଆଇସି ତପନ କୁମାର ନାୟକ ବିଜୁ ସ୍ମୃତି ସଂସଦ ପରିସରକୁ ନାଲିପତାକା ମାରି କବଜାକୁ ନେଇଛନ୍ତି। ଏହା ଓଡ଼ିଶା ସରକାରଙ୍କ ସମ୍ପତ୍ତି। ବିନା ଅନୁମତିରେ କେହି ଅବରୋଧ କରିପାରିବେ ନାହିଁ ବୋଲି ତହସିଲଦାର ନୋଟିସ ମାରିଛନ୍ତି। ମାତ୍ର ବିଜୁ ସ୍ମୃତି ସଂସଦ ପରିସରରେ ଥିବା ଘରକୁ ପ୍ରଶାସନ କବଜାକୁ ଆଣିନାହିଁ। ନୋଟିସ ଦିଆଯାଇ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡିଛି।
ବିଜୁବାବୁଙ୍କ ମୂର୍ତ୍ତି ଭଙ୍ଗା ଘଟଣା : ଆଜି ରାଜନଗର ବନ୍ଦ
/sambad/media/post_attachments/wp-content/uploads/2019/06/bijubabu-750x373-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)