ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆୟୁଷ୍ମାନ ଭାରତ ଯୋଜନା ଭଲ ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ଏହାକୁ ନେଇ ଗତ କିଛି ମାସ ଧରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି। ନିକଟରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ବେଳେ ମଧ୍ୟ ଏ ସଂପର୍କରେ ପୁଣି ଟୀକା ଟିପପଣୀ ଦେଇଛନ୍ତି ଓ ପ୍ରତିଜବାବ ଦେଇଛି ଓଡ଼ିଶା।
ଏମିତି ଏକ ସନ୍ଧିକ୍ଷଣରେ ଆସନ୍ତା ଫେବ୍ରୁଆରି ୫ ତାରିଖରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ଏହା ପୂର୍ବରୁ ମୁକାବିଲା ମୂଳକ ପଦକ୍ଷେପ ନେବାକୁ ଯାଇ ବିଜେଡି ନିଜ ଯୋଜନା ଭଲ ଓ ଅଧିକ ଗ୍ରହଣୀୟ ଏକଥା ଜଣାଇବାକୁ େଚଷ୍ଟା କରିଛି। ନୂଆ ବର୍ଷ ଅବସରରେ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ସଚିବାଳୟରେ ସାମ୍ବାଦିକ ସମ୍ମିଳନୀ ଡାକି ଦାବି କରିଛନ୍ତି ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ଥାତ୍ ଅଗଷ୍ଟ ୧୫ ତାରିଖରୁ ଡିସେମ୍ବର ୧୫ ତାରିଖ ସୁଦ୍ଧା ୧େକାଟି ୮୨ଲକ୍ଷ ୩୩ ହଜାର ୭୩୩ େରାଗୀ ଉପକୃତ େହାଇଛନ୍ତି।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନାର େଦାଷ ଦୁର୍ବଳତା ସଂପର୍କରେ ସାମ୍ବାଦିକମାନଙ୍କ ପ୍ରଶ୍ନର କୌଣସି ପ୍ରତ୍ୟୁତ୍ତର ନ ଦେଇ ମନ୍ତ୍ରୀ ପରିସଂଖ୍ୟାନର ଜାଲ ବିଛାଇଥିଲେ। କହିଥିଲେ, ଏହି ଯୋଜନାରେ ୪ଲକ୍ଷ ୫ ହଜାର ୭୦୮ େରାଗୀଙ୍କ ଠାରେ ଅସ୍ତ୍ରୋପଚାର େହାଇଛି। ୭୧ଲକ୍ଷ ୯ ହଜାର ୬୭୪ଙ୍କ େରାଗ ନିରୂପଣ ଲାଗି ନିଦାନ େଯାଜନାରେ ମାଗଣାରେ ପରୀକ୍ଷା ନିରୀକ୍ଷା କରାଯାଇଛି। ୪୩ହଜାର ୫୧୯ ଜଣଙ୍କର ସିଟି ସ୍କାନ, ୨ଲକ୍ଷ ୫୮ ହଜାର ୭୭୩ ଜଣଙ୍କର ଏକ୍ସରେ, ୬୨ ହଦାର ୭୮୪ ଜଣଙ୍କର ଅଲଟ୍ରା ସାଉଣ୍ଡ, ୧୨ହଜାର ୯୭୩ଜଣଙ୍କର ଏମ୍ଆରଆଇ େହାଇଛି। କେବଳ ସେତିକି ନୁହେଁ, ୧୯ ହଜାର ୬୮୯ ଜଣଙ୍କର ଡାଏଲିସିସ୍, ୧୬ ହଜାର ୮୯୨ ଜଣ କର୍କଟ େରାଗୀଙ୍କୁ ବ୍ୟୟବହୁଳ େକମୋ େଥରାପି େଯାଗାଇ ଦିଆଯାଇଥିବା ବେଳେ ୨୪ ହଜାର ୭୫୩ ଜଣ ଗୁରୁତରଙ୍କୁ ଆଇସିୟୁ ସେବା ପ୍ରଦାନ କରାଯାଇଛି।
ଡିସେମ୍ବର ୩୧ ତାରିଖ ଦିନ େକନ୍ଦ୍ର ସରକା ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା େଯାଜନା ବନ୍ଦ କରିଦେଇଥିବା ପରିପ୍ରେକ୍ଷୀରେ ମନ୍ତ୍ରୀ କହିଥିଲେ, ଏହି େଯାଜନାରେ ଅନ୍ତର୍ଭୁକ୍ତ ସମସ୍ତ ୪୪ଲକ୍ଷ ୮ ହଜାର ୭୦ ଜଣ ହିତାଧିକାରୀ ବିଜୁ କୃଷକ କଲ୍ୟାଣ େଯାଜନାରେ ସାମିଲ ହେବେ। ଏମାନେ ଏହି େଯାଜନା ଅନ୍ତର୍ଗତ ଷ୍ଟ୍ରିମ୍-୨ କାର୍ଡ ପାଇବେ ଓ ପୂର୍ବଭଳି ଏକ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ବି ମିଳିବ। ଏଥିସହିତ ସେମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନାର ସୁବିଧା ମଧ୍ୟ ପ୍ରଦାନ କରାଯିବ। ତୁରନ୍ତ ଏହି କାର୍ଡ ପ୍ରଦାନ କରିବା ପାଇଁ ସରକାର ଜିଲ୍ଲାପାଳଙ୍କୁ ନିେର୍ଦଶ ଦେଇଥିବା ମନ୍ତ୍ରୀ ସୂଚାଇଥିଲେ।
ଉଲ୍ଲେଖଥାଉକି, ଆୟୁଷ୍ମାନ ଭାରତ େଯାଜନା ଓଡ଼ିଶା ସରକାର କାର୍ଯ୍ୟକାରୀ କରୁନଥିବା ପ୍ରସଙ୍ଗକୁ ନେଇ କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି, େକନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ମତ ରଖିଛନ୍ତି। ଆୟୁଷ୍ମାନ େଯାଜନାରେ ଅଧିକ ଲାଭ ମିଳିବ, ରାଜ୍ୟ ସରକାର ଏଥିରୁ େଲାକଙ୍କୁ ବଞ୍ଚିତ କରୁଛନ୍ତି େବାଲି ଦାବି କରି ବର୍ଷିଛନ୍ତି େକନ୍ଦ୍ରମନ୍ତ୍ରୀ। ଅଭିେଯାଗ କରି ଆସୁଛନ୍ତି େଯ ଏହି େଯାଜନାରେ ରାଜ୍ୟ ବାହାର େଲାକ ସୁବିଧା ପାଇବେ ନାହିଁ। ଅନ୍ୟପକ୍ଷରେ ଓଡ଼ିଶା ଏ ଦାବିକୁ ନେଇ ପୂର୍ବରୁ ପ୍ରତିକ୍ରିୟା େଦଇଥିଲା। ଆଜି ବି ମନ୍ତ୍ରୀ େଦାହରାଇଛନ୍ତି େଯ କେବଳ ସରକାରୀ ଡାକ୍ତରଖାନା ନୁେହଁ, ରାଜ୍ୟ ଭିତରେ ଓ ବାହାରେ ୨୧୦ ଘରୋଇ ଡାକ୍ତରଖାନା ସହିତ ମଧ୍ୟ ସରକାର ଅନୁବନ୍ଧିତ େହାଇଛନ୍ତି। ଏମ୍ସ, ଟାଟା େମମୋରିଆଲ, େଭଲୋର ଭଳି ୧୭ଟି ପ୍ରମୁଖ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ମଧ୍ୟ େରାଗୀ ଏହି େଯାଜନାରେ ଚିକିତ୍ସିତ େହାଇପାରିବେ।