ଭୁବନେଶ୍ବର : ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଘର ସଜଡ଼ା ଆରମ୍ଭ କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ଯୁବ ଜନତା ଦଳର ପୁନର୍ଗଠନ କରିଛନ୍ତି। ସଙ୍ଗଠନରେ କିଛି ନୂଆ ମୁହଁକୁ ସ୍ଥାନ ମିଳିଥିବା ବେଳେ ବହୁ ପୁରାତନ ଯୁବନେତା ନିଜ ସ୍ଥିତି ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି।
ସଙ୍ଗଠନର ମହାସଚିବ ଏଲିନା ଦାଶଙ୍କ ପଦ ସୁରକ୍ଷିତ ରହିଛି। କମିଟିରେ କାର୍ଯ୍ୟକାରୀ ସଭାପତି ଭାବେ ବୈକୁଣ୍ଠନାଥ ନାୟକ, ଶୁଭେନ୍ଦୁ ମଙ୍ଗରାଜ ଓ ଧୃତିରଂଜନ ମାର୍ଥାଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ବରିଷ୍ଠ ଉପସଭାପତି ଭାବେ ଜ୍ୟୋତିର୍ମୟୀ ପରିଡ଼ା, ସୁବାସ ଚନ୍ଦ୍ର ନାୟକ, ମଣ୍ଟୁ ନାୟକ, ଜୋନ୍ ସଭାପତି ଭାବେ ଭୁବନେଶ୍ୱର ପାଇଁ ବିଜୟ କେତନ ସାହୁ, କଟକ ଲାଗି ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମ ପାଇଁ ନଚିକେତା ସ୍ୱାଇଁ, ବଲାଙ୍ଗୀର ଲାଗି ମନୀନ୍ଦ୍ର ମହାନ୍ତି, ସମ୍ବଲପୁର ପାଇଁ ଦେବାଶିଷ ପରିଡ଼ା, କୋରାପୁଟ ପାଇଁ ତାପସ ତ୍ରିପାଠୀ ଓ ବାଲେଶ୍ୱର ଲାଗି ଜୟରାମ ଦାସଙ୍କୁ ନିଯୁକ୍ତି ମିଳିଛି। ଏମାନଙ୍କ ବ୍ୟତୀତ ୧୩ଜଣ ଉପସଭାପତି, ୪୬ଜଣ ସାଧାରଣ ସମ୍ପାଦକ, ୬୩ଜଣ ସମ୍ପାଦକ, ୨୩ଜଣ ଯୁଗ୍ମ ସମ୍ପାଦକ ଓ ୩୫ ଜିଲ୍ଲା ସଭାପତିଙ୍କୁ ନେଇ ଏକ ବଡ଼ ଟିମ୍ ଗଠନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/naveen-patnaik.jpg)