ବିଜୁ ଯୁବ ବାହିନୀ, ବିଜେପି ଯୁବ ସମାବେଶକୁ ଯୁବ କଂଗ୍ରେସର ନିନ୍ଦା

ଭୁବନେଶ୍ୱର : ଓଡ଼ିଶାର ଯୁବ ସମାଜକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଭୂଆଁ ବୁଲାଉଛନ୍ତି। ବିଜେଡି ସରକାରଙ୍କ ବିଜୁ ଯୁବ ବାହିନୀ ଯୋଜନା ଯୁବ ସମାଜ ପ୍ରତି ଉପହାସ। ସେହିପରି ବିଜେପି ଆୟୋଜନ କରୁଥିବା ଯୁବ ସମାବେଶ ରାଜ୍ୟର ଯୁବ ସମାଜ ପ୍ରତି ପ୍ରତାରଣା ବୋଲି ପ୍ରଦେଶ ଯୁବ କଂଗ୍ରେସ ବର୍ଣ୍ଣନା କରିଛି। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ କହିଲେ, ବିଜେଡି ସରକାର ଶାସନକୁ ଆସିବାର ୧୪ ବର୍ଷ ପରେ ଯୁବ ନୀତି ପ୍ରଣୟନ କରିଥିଲେ। ଆଜି ଏହାର ଫଳାଫଳ କ’ଣ ହୋଇଛି, ତାହା ରାଜ୍ୟର ଯୁବ ସମାଜ ବୁଝିସାରିଛନ୍ତି।

ନିକଟରେ ବିଜୁ ଯୁବ ବାହିନୀ ନାମରେ ଯେଉଁ ସରକାରୀ ଯୋଜନା ପ୍ରଣୟନ କରିଛନ୍ତି, ସେହି ଯୋଜନା ମଧ୍ୟ ଯୁବ ସମାଜକୁ ପ୍ରତାରିତ ପାଇଁ ଷଡ୍‌ଯନ୍ତ୍ର କରାଯାଇଛି। ସରକାରୀ ଅର୍ଥର ହରିଲୁଟ୍‌ କରି ଦଳୀୟ କର୍ମୀମାନଙ୍କୁ ବାଣ୍ଟିବା ହେଉଛି ଏହି ଯୋଜନାର ଆଭିମୁଖ୍ୟ। ପ୍ରତିବର୍ଷ ୧ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ବିଜେଡି ସରକାର ଘୋଷଣା କରିଥିଲେ। ଏବେ ୪୦ ଲକ୍ଷ ବେକାର ରାଜରାସ୍ତାରେ ବୁଲୁଛନ୍ତିି। ସେହିପରି ବର୍ଷକୁ ଦେଶର ୨ କୋଟି ବେକାରଙ୍କୁ ନିଯୁକ୍ତି ଦେବାକୁ ମୋଦି ସରକାର ଘୋଷଣା କରିଥିଲେ। ଏହା କାର୍ଯ୍ୟକାରୀ ହୋଇଥିଲେ ଗତ ଚାରିବର୍ଷରେ ଓଡ଼ିଶାର ଅନ୍ୟୂନ ୨୮ ଲକ୍ଷ ନିଯୁକ୍ତି ପାଇଥାନ୍ତେ ବୋଲି ଶ୍ରୀ ମହାରଥୀ କହିଥିଲେ।

ସମ୍ବନ୍ଧିତ ଖବର