ଶ୍ରେୟ ମୁଖ୍ୟମନ୍ତ୍ରୀ ଓ ବିଜେପୁରବାସୀଙ୍କର: ରୀତା ସାହୁ

Advertisment

ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିବା ରୀତା ସାହୁ ତାଙ୍କ ପ୍ରତିକ୍ରିୟା ରଖି ସଫଳତାର ଶ୍ରେୟ ବିଜେପୁରବାସୀ ଓ ମୁଖ୍ୟମନ୍ତ୍ରୀ ତଥା ଦଳର କର୍ମୀ ଏବଂ ଶୁଭେଚ୍ଛୁଙ୍କୁ ଦେଇଛନ୍ତି l ଆଗାମୀ ଦିନରେ ଗଙ୍ଗାଧର ଜଳସେଚନ ପ୍ରକଳ୍ପ, ଶିକ୍ଷା ସ୍ୱାସ୍ଥ୍ୟ, ରାସ୍ତାଘାଟ ତଥା ପାନୀୟ ଜଳ ଉପରେ ଗୁରୁତ୍ବ ଦେବେ ବୋଲି ସେ କହିଛନ୍ତି।

publive-image Odisha Bytes

ଜନାଦେଶକୁ ସମ୍ମାନ ଦେବାକୁ ହେବ: ସନତ ଗଡ଼ତିଆ

ଜନାଦେଶକୁ ସମ୍ମାନ ଦେବାକୁ ହେବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ। ବିଜେଡି ପ୍ରତି ‌େଲାକଙ୍କ ପ୍ରବଳ ଅସନ୍ତୋଷ ଥିଲା। କିନ୍ତୁ ପରିବର୍ତ୍ତୀ ସମୟରେ ଶାସକ ଦଳ ପକ୍ଷରୁ ସରକାରୀ କଳ ଜରିଆ ଅର୍ଥ ବଳ ଦ୍ବାରା ଏବଂ ବାହୁ ବଳ ଦ୍ବାରା ଭୋଟରଙ୍କୁ ପ୍ରଭାବିତ କରାଗଲା। ଏବଂ ଯାହା ଫଳାଫଳ ହେଲା ତାହା ଏହି ପ୍ରଭାବର ପରିଣତି ବୋଲି ସେ କହିଛନ୍ତି।

publive-image dinalipi.com

ଏମିତି ଫଳାଫଳ ହେବ ବୋଲି ଭାବି ନଥିଲି: ଦିଲୀପ ପଣ୍ଡା

ଲୋକଙ୍କ ସହିତ ମିଶିଛି। ନିଃସ୍ବାର୍ଥପର ଭାବରେ ସେବା କରିଛି। ତଥାପି ଲୋକେ ଯଦି ଏହି ବିଚାର କରିବେ, ଲୋକଙ୍କ ବିଚାରକୁ ଗ୍ରହଣ କରିବା। ଜନତା ଜନାର୍ଦ୍ଦନକୁ ସମ୍ମାନ ଦେବାକୁ ହେବ ବୋଲି ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଥିବା ଦିଲୀପ ପଣ୍ଡା କହିଛନ୍ତି। ସେ କହିଛନ୍ତି ଯେ, ଏମିତି ଫଳାଫଳ ହେବ ବୋଲି ସେ କେବେ ଭାବିନଥିଲେ। 

ମଦ, ମାଂସ, ଟଙ୍କା ବଳରେ ପ୍ରତି ଭୋଟ, ପ୍ରତି ବସ୍ତିକୁ କ୍ରୟ କରାଗଲା।

ଯେଉଁଠି ଅର୍ଥ ବଳ , ଗୁଣ୍ଡା ଦଳ ସେଇଠି ଆଉ ନିର୍ବାଚନ ବୋଲି କିଛି ନାହିଁ। ପରାଜୟର କାରଣ ପଚରାଯିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି , ଦଳର ତୁଙ୍ଗନେତା ମାନେ ଏହାର ସମୀକ୍ଷା କରିବେ ।

ସରକାରୀ କଳ ଲାଗିଥିଲା: ବିଜେପି
ଭୁବନେଶ୍ବର : ବିଜେପୁରରେ ବିଜେପିର ପରାଜୟ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖପାତ୍ର ଗୋଲକ ମହାପାତ୍ର। ସେ କହିଛନ୍ତି, ବିଜେପୁରରେ ବିଜେଡି ସହ ବିଜେପି ଲଢ଼ୁ ନ ଥିଲା। ସେଠାରେ ସରକାରୀ କଳ ହିଁ ନିର୍ବାଚନ ଲଢ଼ୁଥିଲା। ୧୨ରୁ ଅଧିକ ମନ୍ତ୍ରୀ, ୭୦ରୁ ଅଧିକ ବିଧାୟକ ସେଠାରେ ରହିଥିଲେ। ଏପରିକି ଭୋଟ୍‌ ଦିନ ମଧ୍ୟରେ ସେମାନେ ସେଠାରେ ରହି ବୁଥ୍‌କୁ ପ୍ରଭାବିତ କରିବା ନିମନ୍ତେ ଉଦ୍ୟମ କରୁଥିଲେ। ସରକାରୀ କଳ ବିଜେଡି ପାଇଁ ସମ୍ପୂର୍ଣ୍ଣ ବ୍ୟବହାର ହେଉଥିଲା। କ୍ଷମତାର ଅପବ୍ୟବହାର ବିଜେପୁରରେ ଖୋଲାଖୋଲି ଦେଖିବାକୁ ମିଳିଲା। ତେବେ ବିଜେପିର ଭୋଟ୍‌ ହାର କାହିଁକି କମିଲା, ସେ ସମ୍ପର୍କରେ ଦଳ ସମୀକ୍ଷା କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

କଂଗ୍ରେସର ବିପର୍ଯ୍ୟୟକୁ ସ୍ବୀକାର କରୁଛୁ: ନରସିଂହ
ଭୁବନେଶ୍ବର : ବିଜେପୁର ଉପନିର୍ବାଚନ ନେଇ କଂଗ୍ରେସର ବିପର୍ଯ୍ୟୟକୁ ସ୍ବୀକାର କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବିଜେପୁରରେ କଂଗ୍ରେସର ପ୍ରଦର୍ଶନ ନେଇ ଆସନ୍ତା ଦିନରେ ସମୀକ୍ଷା କରାଯିବ। ଏହାସହିତ ବିଜେପୁରର ଭୋଟର ଯେଉଁ ଜନାଦେଶ ଦେଇଛନ୍ତି ତାକୁ ସାଦରେ କଂଗ୍ରେସ ଦଳ ଗ୍ରହଣ କରିଥିବା ସେ କହିଥିଲେ।