ଭୁବନେଶ୍ବର : ଶକ୍ତି ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କ ସହିତ ମିଶି ‘ଉଜ୍ଜ୍ବଳ ଭାରତ ଉଜ୍ଜ୍ବଳ ଭବିଷ୍ୟ- ପାୱାର @ ୨୦୪୭’ ଅନ୍ତର୍ଗତ ସହିଦ ସ୍ମୃତି ଭବନ, ବାରିପଦାରେ ଗତକାଲି ‘ବିଜୁଳି ମହୋତ୍ସବ’ ଆୟୋଜିତ ହୋଇଯାଇଛି। ଏହାକୁ ଇଆରଏଲ୍‌ଡିସି ପିଓଏସଓସିଓ, ଟିପିଏନ୍‌ଓଡିଏଲ୍‌ ଓ ଓପିଟିସିଏଲ୍ ପକ୍ଷରୁ ଆୟୋଜନ କରାଯାଇଥିଲା। ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ସହଭାଗିତାକୁ ପାଳନ କରିବା ପାଇଁ ବିଜୁଳି ମହୋତ୍ସବକୁ ଏକ ପ୍ଲାଟଫର୍ମ ଭାବରେ ବ୍ୟବହାର କରାଯାଉଛି। ୨୦୧୪ ରେ ଶକ୍ତି ଉତ୍ପାଦନ କ୍ଷମତା ୨୪୮୫୫୪ ମେଗାୱାଟ ଥିବା ବେଳେ ଆଜି ଏହା ୪,୦୦,୦୦୦ ମେଗାୱାଟରେ ପହଞ୍ଚିଛି। ଯାହାକି ଚାହିଦା ଠାରୁ ୧,୮୫,୦୦୦ ମେଗାୱାଟ ଅଧିକ। ଭାରତ ଏବେ ଏହାର ପଡ଼ୋଶୀ ଦେଶକୁ ବିଦ୍ୟୁତଶକ୍ତି ରପ୍ତାନି କରୁଛି। ୧,୬୩,୦୦୦ ସିକେଏମ୍‌ ଟ୍ରାନ୍‌ସମିସନ ଲାଇନକୁ ଯୋଗ କରାଯାଇଛି ଯାହାକି ସମଗ୍ର ଦେଶକୁ ଗୋଟିଏ ଗ୍ରିଡ଼ରେ ସଂଯୁକ୍ତ କରୁଛି। ଲଦାଖ ଠାରୁ କନ୍ୟାକୁମାରୀ ଓ କଛ ଠାରୁ ମିଆଁମାର ସୀମା ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହା ସର୍ବବୃହତ୍ ସମନ୍ବିତ ଗ୍ରିଡ୍ ହୋଇପାରିଛି।

Advertisment

ଏହି ଗ୍ରିଡ୍‌ ସହାୟତାରେ ଏବେ ଦେଶର ଗୋଟିଏ କୋଣରୁ ଅନ୍ୟ କୋଣକୁ ୧,୧୨,୦୦୦ ମେଗାୱାଟ ବିଦ୍ୟୁତ ଶକ୍ତି ପ୍ରେରଣ କରାଯାଇପାରୁଛି। ଭାରତ ସିଓପି-୨୧ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହା ଅନ୍ତର୍ଗତ ୨୦୩୦ ସୁଦ୍ଧା ଆମର ୪୦% ଉତ୍ପାଦନ କ୍ଷମତା ନବୀକରଣୀୟ ଶକ୍ତି ଉତ୍ସରୁ ଗ୍ରହଣ କରାଯିବ। ଏହି ସଫଳତାକୁ ନିର୍ଦ୍ଧାରିତ ସମୟର ୯ ବର୍ଷ ପୂର୍ବରୁ ନଭେମ୍ବର ୨୦୨୧ ରେ ହାସଲ ହୋଇଛି। ଆଜି ଭାରତ ନବୀକରଣୀୟ ଶକ୍ତି ଉତ୍ସରୁ ୧୬୩୦୦୦ ମେଗାୱାଟ ଶକ୍ତି ଉତ୍ପାଦନ କରୁଛୁ। ଏହା ସହିତ ଭାରତ ଦ୍ରୁତ ଗତିରେ ନବୀକରଣୀୟ ଶକ୍ତି କ୍ଷମତାର ସ୍ଥାପନ କରିଛି ବୋଲି ସୂଚନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାନେତ୍ରୀ ଭାରତୀ ହାଂସଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୃଷ୍ଣାନନ୍ଦ ମହାନ୍ତି, ଅଧ୍ୟକ୍ଷ, ବାରିପଦା ମ୍ୟୁନିସିପାଲିଟି ଓ ଅନ୍ୟ ସମ୍ମାନିତ ଅତିଥିମାନେ ଏହି ଉତ୍ସବରେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ନିକଟସ୍ଥ ଗ୍ରାମ ଓ ଜିଲ୍ଲାରୁ ବହୁ ସଂଖ୍ୟକ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ସମ୍ମାନିତ ଅତିଥିମାନେ ଗତ କିଛି ବର୍ଷ ମଧ୍ୟରେ ବିଦ୍ୟୁତ କ୍ଷେତ୍ରରେ ହୋଇଥିବା ବିକାଶ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଅନେକ ହିତାଧିକାରୀ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ।