ରାଉରକେଲା: ବୀରମିତ୍ରପୁର ରାଏବୋଗା ରୋଡ଼ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସାମ୍ନାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଆଜି ରାତି ପ୍ରାୟ ୮ଟାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସାମ୍ନାରେ ଓଆର ୧୪ଏଲ୍ ୬୨୮୯ ଓ ଓଆର୍ ୧୪ଜେ ୯୮୦୮ ଦୁଇ ବାଇକ ମଧ୍ୟରେ ସମ୍ମୁଖରୁ ଧକ୍କା ଦେଇଥିଲା।
ଦୁଇ ବାଇକ ଚାଳକ ରାଏବଗା ସିମକୋ ଗ୍ରାମର ଅଜୟ ସାମଦ(୨୪) ଓ ପ୍ରତାପପୁର ଭାଲୁଲତା ଗ୍ରାମର ନିରଜ ତାନି(୩୦)ଙ୍କର ଘଟଣାସ୍ଥଳରେ ମୁତ୍ୟୁ ହୋଇଥିଲା। ଖବର ପାଇ ବୀରମିତ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶବକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/accident.jpg)