ବାଇକ୍ ଦୁର୍ଘଟଣାରେ ଚାଳକ ମୃତ

ଧରାକୋଟ: ଧରାକୋଟ ଥାନା ଅନ୍ତର୍ଗତ ନନ୍ଦିଗୋର ଆମ୍ବତୋଟା ନିକଟସ୍ଥ ଜାତୀୟ ରାଜପଥ ୫୯ ଉପରେ ଭାରସାମ୍ୟ ହରାଇ ଋଷିକୁଲ୍ୟା ନଦୀ ପାର୍ଶ୍ବ ଗାର୍ଡୱ‌ାଲରେ ପିଟି ହୋଇ ଜଣେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଜଣକ ହେଲେ ଆସିକା ଥାନା ଅନ୍ତର୍ଗତ ଗଙ୍ଗାପୁର ଗ୍ରାମର ନିଳାଞ୍ଚଳ ମୁନି(୪୫)।

ସୂଚନା ମୁତାବକ, ନିଳାଞ୍ଚଳ ବାଇକରେ ସୋରଡ଼ା ପଟୁ ଆସିକା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ନିଳାଞ୍ଚଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିବା ଯୋଗୁଁ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଧରାକୋଟ ଥାନାର ସବଇନ୍ସପେକ୍ଟର ବିନୟ କୁମାର ଦାଶ ସଦଳ ବଳେ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ଆସିକା ଡାକ୍ତରଖାନାକୁ ପଠାଇଥିଲେ। ଧରାକେ‌ାଟ ଥାନାରେ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରାଯାଇଛି। ଜାତୀୟ ରାଜପଥର ଉକ୍ତ ସ୍ଥାନରେ ବାରମ୍ବାର ଅସାବଧାନତା ହେତୁ ଦୁର୍ଘଟଣା ଘଟି ଜୀବନହାନି ଘଟୁଛି।

 

ସମ୍ବନ୍ଧିତ ଖବର