ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବାଇକ୍, ଦୁଇ ମୃତ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମ ବାମୁଣୀ ନାଳ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ବାଇକ୍ ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପପଡ଼ିବା ସହ ଗାଡ଼ି ସହ ବାଇକ ଆରୋହୀ ବୁଦା ଭିତରକୁ ପସି ଯାଇଥିଲେ। ଫଳରେ ସେଠାରେ ଥିବା ଏକ ପଥରରେ ପିଟି ହୋଇ ଘଟଣା ସ୍ଥଳରେ ହିଁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ଘଟଣାଟି ମଧ୍ୟ ରାତ୍ରୀରେ ଘଟିଥିବା ଅନୁମାନ କରାଯାଉଛି ।

ଆଜି ସକାଳୁ ସ୍ଥାନୀୟ ଲୋକ ଏହା ଦେଖି ପୁଲିସକୁ ଜଣାଇଛନ୍ତି । ଘଟଣା ସ୍ଥଳରେ ପୁୁଲିସ ପହଞ୍ଚି ଦୁଇଟି ମୃତଦେହ ସହ ସିଜି୦୫କେ-୫୦୫୧ ନମ୍ବରର ଏକ ପେସନ୍ ପ୍ରୋ ବାଇକ୍ କୁ ଜବତ କରିଛି। ଜଣଙ୍କ ନାଁ ମୁକୁନ୍ଦ ଜନୀ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳି ପାରିନାହିଁ । କିନ୍ତୁ ଘଟଣା ସ୍ଥଳରୁ ଭେସ୍ଟିଜ କମ୍ପାନିର କିଛି କାଗଜ ପତ୍ର ମିଳିଛି ।

ସମ୍ବନ୍ଧିତ ଖବର