ଅଜଣା ଗାଡ଼ି ଧକ୍କାରେ କାକା-ପୁତୁରା ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାଜପଥ ଅବରୋଧ

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍‌ ଦେବାହାଲଠାରେ ଶୁକ୍ରବାର ରାତିରେ ଦୁର୍ଘଟଣା ଘଟିିଛି। କୌଣସି ଗାଡ଼ି ଧକ୍କାରେ ବାଇକ୍‌ ଆରୋହୀ କକା-ପୁତୁରାଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ହିଁ କାକା ରାଜେନ୍ଦ୍ର କଲେତ(୫୦)ଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ପୁତୁରା ହେମକାନ୍ତ କଲେତ (୨୯)ଙ୍କୁ ବୁର୍ଲା ମେଡିକାଲ ନିଆଯାଇଥିଲା। ସେଠାରେ ଶନିବାର ତାଙ୍କ ପରଲୋକ ଘଟିଛି।

ସୂଚନା ଅନୁସାରେ, ଦୁହେଁ ବରଗଡ଼ ସହର ଉପକଣ୍ଠସ୍ଥ ସିମେଣ୍ଟନଗର ପାଖ ସିଦ୍ଧେଶ୍ବରନଗରର ବାସିନ୍ଦା। ରାତିରେ ବାଇକ୍‌ରେ ସେମାନେ ସମ୍ବଲପୁରରୁ ଘରକୁ ଫେରୁଥିଲେ। ଦେବାହାଲଠାରେ ରାଜପଥ ଉପରେ ତାଙ୍କୁ କୌଣସି ଗାଡ଼ି ଧକ୍କା ଦେଇ ପଳାଇଥିଲା। ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। କ୍ଷତିପୂରଣ ଦାବିରେ ଲୋକେ ବର୍‌ହାଗୁଡ଼ା କେନାଲ ଛକ ପାଖରେ ଶବ ରଖି ରାଜପଥ ଅବରୋଧ କରିଥିଲେ। ବହୁ ଘଣ୍ଟା ଧରି ଶହଶହ ଗାଡ଼ି ଅଟକି ରହିଥିଲା। ସ୍ଥିତି କାବୁ କରିବାକୁ ଘଟଣାସ୍ଥଳକୁ ବ୍ୟାପକ ଫୋର୍ସ ପହଂଚିଥିଲେ। ପରେ ଅତିରିକ୍ତ ତହସିଲଦାର ଅନୁରାଗ ମିଶ୍ର ପହଂଚି ବୁଝାସୁଝା କରିବା ପରେ ମାମଲା ଥଣ୍ଡା ପଡ଼ିଥିଲା। ଅବରୋଧ ହଟିବା ସହ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର