ସୋର/ବାହାନଗା: ସୋର-ମଙ୍ଗଳପୁର ରାସ୍ତାର ଆଙ୍ଗୁଳା ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ସହ ଏକ ବାଇକ୍ର ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଟାୟାର ଜାଳି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିବା ବେଳେ ସେମାନଙ୍କୁ ବୁଝାସୁଝା କରିବାକୁ ଯାଇ ପୁଲିସ ପ୍ରଶାସନକୁ ନାକେଦମ୍ ହେବାକୁ ପଡ଼ିଛି। ସୂଚନା ଅନୁସାରେ, ଆଜି ସକାଳ ୭ଟା ସମୟରେ ବାହାନଗା ବ୍ଲକ ଅନ୍ତର୍ଗତ ପାଖରା ଗ୍ରାମର ଶ୍ରୀଧର ପରିଡ଼ାଙ୍କ ପୁଅ ପ୍ରଶାନ୍ତ(୩୫) ସେହି ଗ୍ରାମର ସଂପର୍କୀୟ କାଳିଆ ରାଉତ(୩୦)ଙ୍କୁ ବାଇକ୍ ନଂ ଓଡି ୦୧ ଟି ୮୬୬୨ରେ ନେଇ ବାଗୁଡିକୁ ଯାଉଥିଲେ। ଏହି ସମୟରେ ସାମ୍ନାରୁ ଆସୁଥିବା ଏକ ଅଜଣା ପଥର ବୋଝେଇ ଟ୍ରକ୍ ସହ ମୁହାଁମୁହିଁଁ ଧକ୍କା ହୋଇଥିଲା। ଏଥିରେ ଗୁରୁତର ଥିବା ଦୁଇଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ। କାଳିଆଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।
ପାଇକମାଳ,: ବରଗଡ଼ ଜିଲ୍ଲା ପାଇକମାଲ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ ଏକ ହାଇୱା ଧକ୍କାରେ ୩ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ପାଇକମାଳ-ପଦ୍ମପୁର ରାସ୍ତାର ଗୋଇବାହାଲି-ଗଣ୍ଡପାଲି ମଝିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ମୃତକମାେନ ସିଂହନପୁର ଗାଁର ମାଧବ କମଲିଆ (୨୮), ମୀନକେତନ ଖରସେଲ (୩୦) ଏବଂ ରାଜେନ୍ଦ୍ର ବରିହା ଓରଫ ମୁଟଳ (୨୯) ବୋଲି ଜଣାପଡ଼ିଛି। ସନ୍ଧ୍ୟାରେ ତିନି ଜଣ ଯାକ ଗୋଟିଏ ବାଇକ (ଓଡି ୧୭ଡି-୯୨୨୫)ରେ କେରମେଲାବାହାଲରୁ ଗାଁକୁ ଫେରୁଥିଲେ। ତେବେ ଉପରୋକ୍ତ ପଦ୍ମପୁର ପଟୁ ଆସୁଥିବା ଏକ ହାଇୱା ସେମାନଙ୍କୁ ମୁହାଁମୁହିଁ ଧକ୍କା ଦେଇବାରୁ ଘଟଣା ସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/accident-4.jpg)