ବାଇକ ଦୁର୍ଘଟଣାରେ ଚାଳକଙ୍କ ସମେତ ୨ ଆହତ

ବାଲିଅନ୍ତା: ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଅଧୀନ ସାତକଣିଆଠାରେ ଆଜି ଅପରାହ୍ନରେ ବାଇକ ଦୁର୍ଘଟଣାରେ ଚାଳକଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇଛନ୍ତି | ଆହତ ବ୍ୟକ୍ତିମାନଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା | ଘଟଣା ସ୍ଥଳରେ ଫାଣ୍ଡି ପୁଲିସ ପହଁଞ୍ଚି ଦୁର୍ଘଟଣା ଘଟାଇଥିବା ବାଇକକୁ ଜବତ କରିଛି |

ପ୍ରାପ୍ତ ସୂଚନା ଅନୁସାରେ, ପୁରୀ ମୁଖ୍ୟ କେନାଲ ତ୍ରାହି ଅଚ୍ୟୁତ ରାସ୍ତାରେ ଆଜି ଅପରାହ୍ନରେ ଗାଡ଼ି ନମ୍ବର ଓଡି ୦୨ ଏଜେ ୮୬୬୭ ପଲସରଟି ଦ୍ରୁତ ଗତିରେ ଯାଉଥିଲା | ସାତକାଣିଆ ନିକଟ କେନାଲ ବନ୍ଧ ରାସ୍ତାରେ ଵାଇଁଆପଦା ଗ୍ରାମର ଗଙ୍ଗାଧର ଭୋଇ (୭୦)ଙ୍କୁ ବାଇକଟି ଧକ୍କା ଦେଇଥିଲା | ଗଙ୍ଗାଧର ଛିଟିକି ପଡିବାରୁ ତାଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଛି | ବାଇକ ଚାଳକ ମଧ୍ୟ ରାସ୍ତାରେ ଛିଟିକି ପଡ଼ି ଆହତ ହୋଇଛନ୍ତି, ହେଲେ ତାଙ୍କ ପରିଚୟ ହସ୍ତଗତ ହୋଇ ପାରିନାହିଁ | ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକେ ୨ ଜଣଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ | ବାଳକାଟୀ ଫାଣ୍ଡି ପୁଲିସ ବାଇକଟିକୁ ଜବତ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି |

ସମ୍ବନ୍ଧିତ ଖବର