କୋରାପୁଟ: ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୩ ମୃତ ଓ ଜଣେ ଆହତ

କୋଡ଼ପ‌ାଡ଼: କୋଟପାଡ଼ ଥାନା ଅନ୍ତର୍ଗତ ବି. ଘୋଟର୍ଲା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ହିଁ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। କୋଟପାଡ଼ ପୁଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, ଜୟପୁର ଡଙ୍ଗାଗୁଡ଼ାର ଡମ୍ବରୁ ମୁଦୁଲି(୨୨) ଆଜି ଅପରାହ୍ନରେ ବାଇକ୍‌ ଯୋଗେ କୋଟପାଡରୁ ଜୟପୁର ଅଭିମୁଖେ ଯାଉଥିଲେ। ତେବେ ଅପରାହ୍ନ ପ୍ରାୟ ୪ଟାରେ ବି. ଘୋଟର୍ଲା ଛକରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହିତ ମୁହାଁମୁହିଁ ଧକ୍କା ହେବାରୁ ଡମ୍ବରୁ ବାଇକ୍‌ରୁ ତଳେ ପଡ଼ି ଯାଇଥିଲେ। ଏବଂ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଦୁର୍ଘଟଣାରେ ଅନ୍ୟ ବାଇକ୍‌ରେ ଥିବା କୋଟପାଡ଼ ଦାବଗୁଡ଼ା ଗ୍ରାମର ସୁନାଧର ମାଝୀ(୨୬) ଓ ପଦ୍ମନ ଭତ୍ରା(୨୪)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ମୃତ ସୁନାଧରଙ୍କ ପତ୍ନୀ ଫୁଲମତୀ ଆହତ ହୋଇଥିଲେ। ପତ୍ନୀ ଓ ପଦ୍ମନଙ୍କ ସହିତ ସୁନାଧର କୁସୁମୀରୁ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଫୁଲମତୀଙ୍କୁ କୁସୁମୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇ ‌ଘରକୁ ଫେରିଛନ୍ତି। ଦୁର୍ଘଟଣା ଖବର ପାଇ କୋଟପାଡ଼ ଥାନା ଏସ୍ଆଇ ଏନ.କେ ବାଘ ଓ ମୁଥୁରାମୁ ଘଟଣା ପହଞ୍ଚି ୩ଟି ଶବ ଉଦ୍ଧାର କରି କୋଟପାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପୁଲିସ ମୃତକଙ୍କ ପରିବାରକୁ ଅପେକ୍ଷା କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର