ଡୁଙ୍ଗୁରିପାଲି/ଶୁଖା: ଡୁଙ୍ଗୁରିପାଲି ଥାନା ଲରିଆବାହାଲ କେନାଲ ଛକରେ ଶନିବାର ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ମହୁଲପାଲି ଗାଁର ସଂଜୀବ ସାହୁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କ ମୃତ୍ୟୁ ହୋଇଯାଇଛି। ମରଶରୀର ଗାଁ’କୁ ଅଣାଯିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସଂଜୀବଙ୍କ ମୃତ୍ୟରେ ତାଙ୍କ ପତ୍ନୀଙ୍କ ସମେତ ୧୦ ଓ ଦେଢ଼ ବର୍ଷର ଦୁଇ ଝିଅ ସଂପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି। ଗାଁ ଶ୍ମଶାରେ ଶେଷକୃତ୍ୟ କରାଯାଇଥିବା ବେଳେ ତାଙ୍କ ଭାଇ ମୁଖାଗ୍ନି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)