iStock
ରସୁଲପୁର : କୁଆଖିଆ ଥାନା ଅନ୍ତର୍ଗତ ସୁଆଁସାହି ଛକ ନିକଟରେ ଆଜି ରାତି ପ୍ରାୟ ୮ଟା ସମୟରେ ଏକ ବାଇକ୍ ଧକ୍କାରେ ସୁଆଁସାହି ଗ୍ରାମର ନଟବର ମଲିକଙ୍କର ମୃତ୍ୟୁ ହୋଇଛି। ନଟବର ସାହାପୁରରୁ ସାଇକଲରେ ଆସୁଥିବା ବେଳେ ଗ୍ରାମ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ପାର ହେଉଥିଲେ। ଏହି ସମୟରେ ପାଣିକୋଇଲି ପଟୁ ଏକ ବାଇକ୍ରେ ଆସୁଥିବା କେନ୍ଦ୍ରାପଡ଼ା ଅଞ୍ଚଳର ଶୁଭମ ପାଣିଗ୍ରାହୀ ଓ ତନ୍ମୟ ପାଣି, ନଟବରଙ୍କୁ ଧକ୍କା ଦେଇଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବାଇକ୍ ଆରୋହୀ ଦୁଇଯୁବକ ଗୁରୁତର ଆହତ ହୋଇଥିଲେ।
ଦୁର୍ଘଟଣା ପରେ ଉତ୍ତେଜିତ ଗ୍ରାମବାସୀ ଆହତମାନଙ୍କୁ ଚିକିତ୍ସା ପାଇଁ ଛାଡ଼ି ନଥିଲେ। ପୁଲିସ ପହଞ୍ଚି ମୃତାହତମାନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଆହତଙ୍କ ମଧ୍ୟରୁ ଜଣେ ଯୁବକ କଟକ ସ୍ଥାନାନ୍ତର ହୋଇଛନ୍ତି। ସେହିପରି ଗୋପାଳପୁର ନିକଟସ୍ଥ ଚିଲି ସ୍ସାଇସ ହୋଟେଲ ପାଖରେ ଆଜି ସନ୍ଧ୍ୟାରେ ଅନ୍ୟଏକ ଦୁର୍ଘଟଣା ଘଟିଥିଲା। ଏଥିରେ ଗୁରୁତର ଆହତ ଜଣେ ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ମଧ୍ୟ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
Follow Us