ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଅଞ୍ଚଳରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ଖଲିଆପାଲି ଗାଁର ରମେଶ ରାଉତ ଓ ଆହତ ଜଣକ ତାଙ୍କ ମାଉସୀ ପୁଅ ବେହେରାପାଲି ଗାଁର ଲକ୍ଷ୍ମଣ ପଟେଲ ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଉଭୟେ ଏକ ବାଇକ୍‌ ଯୋଗେ ରାମଚନ୍ଦ୍ରପୁରରୁ ଖଲିଆପାଲିକୁ ଫେରୁଥିଲେ। ଏହି ସମୟରେ ଖଲିଆପାଲି ଗାଁ ମୁଣ୍ଡରେ ନିର୍ମାଣାଧୀନ ଆବର୍ଜନା କୁଣ୍ଡକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନା ପଠାଯାଇଥିଲା। ସେଠାରେ ରମେଶଙ୍କ ମୃତ୍ୟୁ ହୋଇଥିଲା। ଲକ୍ଷ୍ମଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ  ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।