ଛୁରି ଦେଖାଇ ବାଇକ୍‌ ଓ ଟଙ୍କା ଲୁଟ, ୩ ଅଟକ

ସମ୍ବଲପୁର : ବୁଧବାର ସଦର ଥାନା ଅଧୀନ କଦଳୀମୁଣ୍ଡା ଛକଠାରେ କିଛି ଯୁବକ ଜଣେ ମୁନସୀଙ୍କୁ ଛୁରୀ ଦେଖାଇ ତାଙ୍କ ବାଇକ ଓ ଟଙ୍କା ଲୁଟିନେଇଥିଲେ। ଏ ନେଇ ମୁନସୀ ବେଣୁଧର ଲୁହା ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ସଦର ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ବେଣୁଧର ବୁଧବାର ଦିନ ଶ୍ରମିକମାନଙ୍କୁ ଟଙ୍କା ଦେଇ ଫେରୁଥିବା ବେଳେ କଦଳୀମୁଣ୍ଡା ଛକଠାରେ କିଛି ଯୁବକ ତାଙ୍କୁ ଅଟକାଇଥିଲେ। ଅଟକିବା ପରେ ଛୁରି ଦେଖାଇ ତାଙ୍କ ହିରୋ ଗ୍ଲାମର ବାଇକ୍‌ ଓ ୧୨ ହଜାର ଟଙ୍କା ଲୁଟି ନେଇ ଥିଲେ।

ସମ୍ବନ୍ଧିତ ଖବର