ସବଡେଗା/ହେମଗିର: ସୁନ୍ଦରଗଡ଼ ଜିଲ୍ଲା ସବଡେଗାରେ ବାଇକ୍- ବଲେରୋ ଧକ୍କା ଯୋଗୁଁ ବରଯାତ୍ରୀରେ ଯାଇଥିବା ଦୁଇ ଯୁବକ ପ୍ରଦୀପ ବାର୍ଲା (୨୨) ଓ ସଞ୍ଜନ ସୋରେଙ୍ଗ (୨୨)ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ ଆଜି ତଳସରା ଥାନା ସାନ ଡମକୁଡ଼ାକୁ ବରଯାତ୍ରୀ ଦଳରେ ଯାଇଥିବା କିରାଲଗା ଆମପଡ଼ାର ଦୁଇ ଯୁବକ ପ୍ରଦୀପ ଓ ସଞ୍ଜନ ସନ୍ଧ୍ୟାରେ ବାଇକ୍ରେ ଘରକୁ ଫେରୁଥିଲେ। ସବଡେଗା ପେଟ୍ରୋଲ ପମ୍ପ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ବଲୋରୋ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପ୍ରଦୀପଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ସଞ୍ଜନକୁ ସବଡେଗା ଡାକ୍ତରଖାନା ନେଉଥିବା ବେଳେ ବାଟରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।
ବାଇକ୍-ବୋଲେରୋ ମୁହାଁମୁହିଁ:୨ ମୃତ
/sambad/media/post_attachments/wp-content/uploads/2018/01/Accident_Sambad-Graphic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)