ବୁଢ଼ାରଜାରେ ଜଳିଗଲା ବାଇକ୍‌

ସମ୍ବଲପୁର: ବୁଢ଼ାରଜା ହାଇସ୍କୁଲ ସମ୍ମୁଖରେ ମଙ୍ଗଳବାର ଏକ ଚଳନ୍ତା ବାଇକ ଜଳିଯାଇଥିଲା। ଯାହାକୁ ନେଇ କିଛି ସମୟ ପାଇଁ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ପଲ୍‌ସର୍‌ ବାଇକ୍‌(ଓଡି ୧୪ ୬୫୩୪)ରେ କରମଟୋଲିର ସିଧ୍ୟ ଅର୍ଧ ସାହୁ ଓ ସୁନୀଲ ପ୍ରଧାନ ମଙ୍ଗଳବାର ଦିନ ୧୨ଟା ୩୦ ସମୟରେ ଫାଟକ ପାର୍ଶ୍ବରୁ ଅଇଁଠାପାଲି ଆଡ଼କୁ ଯାଉଥିଲେ।

ତାଙ୍କ ବାଇକ୍‌ରେ ନିଆଁ ଲାଗିଯାଇଥିବା ଅନୁଭବ କରି ସେମାନେ ବୁଢ଼ାରଜା ନିକଟରେ ଛାଡ଼ି ଦେଇଥିଲେ। ବାଇକଟି ହୁ ହୁ ହୋଇ ଜଳି ଥିଲା। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ସେତବେଳକୁ ବାଇକ୍‌ଟି ସମ୍ପୂର୍ଣ୍ଣ ଭାବେ ଜଳି ସାରିଥିଲା। ଅଇଁଠାପାଲି ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ସର୍ଟ ସର୍କିଟ୍‌ରୁ ବାଇକ୍‌ରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର