ଦେବଗଡ଼: ରାସ୍ତା ଉପରେ ଜଳିଗଲା ବାଇକ୍। ହଠାତ ନିଆଁ ଲାଗିବା ଦ୍ବାରା ହୁ ହୁ ହୋଇ ଜଳିଗଲା। ଅଳ୍ପକେ ବର୍ତ୍ତିଗଲେ ବାଇକ ଆରୋହୀ। ଏଭଳି ଘଟଣା ଘଟିଛି ଏସ୍ଏଚ ୧୦ ରାଜ୍ୟ ରାଜପଥର ବଲଣ୍ଡା ଘାଟି ନିକଟରେ। ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ଜାମ୍ବୁଡିହି ଗ୍ରାମର ଗୋପବନ୍ଧୁ ଓରାମ ଆଜି ଏକ ବାଇକରେ ଲହୁଣିପଡା ପଟୁ ବାହାଡିପୋଶି ଆସୁଥିବା ବେଳେ ଗାଡିରେ ହଠାତ ନିଆଁ ଲାଗି ଯାଇଥିଲା। ଗାଡ଼ିରେ ନିଆଁ ଲାଗିଥିବା ଦେଖିବା ପରେ ସେ ଗାଡିରୁ ଓହ୍ଲାଇ ପଡ଼ିଥିଲେ। ଫଳରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ଖବର ପାଇ ବାରକୋଟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ବାଇକଟି ସମ୍ପୂର୍ଣ୍ଣ ପୋଡି ଯାଇଥିବା ଜଣାପଡ଼ିଛି।
ରାସ୍ତାରେ ଜଳିଗଲା ବାଇକ, ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରେହୀ
/sambad/media/post_attachments/wp-content/uploads/2022/04/sbp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)