ଚିତ୍ରଡ଼ା/ରାସଗୋବିନ୍ଦପୁର : ବାରିପଦା-ଅମର୍ଦ୍ଦା ରାଜ୍ୟ ରାଜପଥର ଝିଙ୍କିରିଆ ପାଖ ଭରଡ଼ାନଣ୍ଡା ନିକଟରେ ଆଜି ରାତି ପ୍ରାୟ ୧୦ଟା ବେଳେ ଘଟିଯାଇଛି ଏକ ଛାତିଥରା ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଏକ କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ତେବେ ମୃତକଙ୍କ ପରିଚୟ ମିଳିପାରିନି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ପରେ ବାଇକ୍ଟି ପ୍ରାୟ ୩୦ ଫୁଟ୍ ଯାଏଁ ଛିଟିକି ପଡ଼ିବା ସହ ହୁ ହୁ ହୋଇ ଜଳିଯାଇଥିଲା।
/sambad/media/post_attachments/wp-content/uploads/2021/02/baripada-1.jpg)
ଏକ ସୁଇଫ୍ଟ କାର୍ (ଓଡି-୦୨ଭି-୦୪୪୦) ସହ ଆପାଚେ ବାଇକ୍ର ଧକ୍କା ହୋଇଥିଲା। ବାଇକ୍ ଆରୋହୀ ଦ୍ବୟ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଦୁର୍ଘଟଣା ପରେ କାର୍ ଚାଳକ ଫେରାର୍ ହୋଇ ଯାଇଥିବା ଜଣାପଡ଼ିଛି। ଖବରପାଇ ରାସଗୋବିନ୍ଦପୁର ପୁଲିସ, ମୋରଡ଼ା ପୁଲିସ ଓ ରାସଗୋବିନ୍ଦପୁର ଅଗ୍ନିଶମ ବାହିନୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ବାଇକ୍ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ତେଣୁ ବାଇକ୍ର ନମ୍ବର ବି ଜଣାପଡ଼ିନି। ସେହିପରି କାର୍ର ବମ୍ଫର ଚୁର୍ମାର ହୋଇଯାଇଛି। ମୃତକ ୨ ଜଣଙ୍କୁ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସେମାନଙ୍କ ପରିଚୟ ମିଳିପାରିନି।
/sambad/media/post_attachments/wp-content/uploads/2021/02/baripad-4.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/baripada-2.jpg)