ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଧିନସ୍ଥ ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ଚନ୍ଦିନିମାଲ ରାସ୍ତାରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟାୟାର ବୋଝେଇ ପିକଅପ ଭ୍ୟାନ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଛି।  ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି।

Advertisment

ଚନ୍ଦିନିମାଲ ରାସ୍ତାରେ ଏକ ଟାୟାର ବୋଝେଇ ପିକଅପ୍ ଭ୍ୟାନ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକରେ ଥିବା ୨ ଜଣ ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

ମୃତକ ମାନେ ହେଲେ ଚାନ୍ଦିନୀମାଲ ର ସାହିଲ ପ୍ରଧାନ(୨୧) ଓ ତାର ପିୟୁସି କୈଳାସିନୀ ପ୍ରଧାନ (୪୮)।ଦୁର୍ଘଟଣା ସକାଳ ସାଢେ ୯ ଟାରେ ଘଟିଛି। ସେମାନେ ଚାର ଭାଟି ରେ ଏକ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।ଖବରପାଇ ବ୍ରଜରାଜନଗର ଆଇ ଆଇ ସି ଧବଳେଶ୍ବର ସାହୁ, ବ୍ରଜରାଜନଗର ଏସ୍ ଡ଼ି ପି ଓ ଚିନ୍ତାମଣି ପ୍ରଧାନ , ଗାନ୍ଧିଛକ ଫାଣ୍ଡି ଅଧିକାରୀ ମଦନ ନାୟକ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଦୁର୍ଘଟଣା ଘଟିଥିବା ଟାୟାର ବୋଝେଇ ପିକଅପ ଭ୍ୟାନ ଓ ଡ଼ି ୧୫ ଆର ୫୬୫୦କୁ ଜବତ କରିବା ସହିତ ଡ୍ରାଇଭରଙ୍କୁ  ଅଟକ ରଖିଛି।

ସୂଚନା ଅନୁସାରେ ବ୍ରଜରାଜନଗର ଥାନା ଅନ୍ତର୍ଗତ ଚାନ୍ଦିନୀମାଲ ର ସାହିଲ ଓ ତାର ପିୟୁସି କୈଳାସିନୀ କୁ ବାଇକ ଓ ଆର ୨୩ ବି ୯୭୭୦ ରେ ଏକ ଦଶାହ କାର୍ଯ୍ୟ ରେ ଯୋଗ ଦେବାକୁ ଯାଉଥିଲେ। ରାସ୍ତାରେ ଡାନିଏଲ ସ୍କୁଲ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟାୟାର ବୋଝେଇ ପିକଅପ ଭ୍ୟାନ ଓ ଡ଼ି ୧୫ ଆର ୫୬୫୦ ବିପରୀତ ଦିଗରୁ ଆସି ଧକ୍କା ଦେବା ଫଳରେ ବାଇକରେ ଥିବା ପିୟୁସି ଓ ପୁତୁରାଙ୍କ ମୃତ୍ୟୁ ଘଟିଥିଲା।