ବାଇକ୍- ଡମ୍ଫର ମୁହାଁମୁହିଁ ଧକ୍କା, ୨ ସାଙ୍ଗ ମୃତ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ସ୍ଥିତ ଝାରପୋଖରୀଆ ଥାନା ଅନ୍ତର୍ଗତ ସାନଚାଟରା ଗ୍ରାମର ଦୁଇ ଯୁବକ ଘରକୁ ଫେରୁଥିବା ବାଟରେ ଦୁର୍ଘଟଣା ଶିକାର ହୋଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।  ଏନେଇ ଝାରପୋଖରୀଆ ଅଞ୍ଚଳ ଶୋକାକୁଳ ହୋଇଯାଇଛି।

ମିଳିଥିବା ସୂଚନା ମୁତାବକ, ଆଜି ବାହରାଗୋଡା ପଟୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଏକ ଡମ୍ଫର ସମ୍ନାରୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ ଯୋଗେ ଘରକୁ ଫେରୁଥିବା ଝାରପୋଖରୀଆ ଥାନା ଅନ୍ତର୍ଗତ ସାନଚାଟରା ଗ୍ରାମର ଗ୍ରାମର ସତ୍ୟନାରାୟଣ ରଣା ଏବଂ ତାପସ କୁମାର ମହାପାତ୍ର ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ବାହରାଗୋଡା ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ ହେଲେ ଡାକ୍ତର ଉଭୟ ଗୁରୁତରଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ଖବର ପାଇ ବଡଶୋଳ ପୁଲିସ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ବାଇକ ଓ ଦୁର୍ଘଟଣା ଘଟାଇଥିବା ଡମ୍ପରକୁ ଜବତ କରି ପୁଲିସ ଷ୍ଟେସନକୁ ଆଣିଥିଲେ। ଖବର ପାଇବାପରେ ଉଭୟ ମୃତକଙ୍କ ସମ୍ପର୍କୀୟ ବାହାରାଗୋଡା ଡାକ୍ତରଖାନାକୁ ପହଞ୍ଚିଥିଲେ। ମୃତକଙ୍କ ଶବବ୍ୟବଚ୍ଛେଦ ପାଇଁ ଘାଟସିଲା ସବ-ଡିଭିଜନ ଡାକ୍ତରଖାନାକୁ ପଠାଇଥିବାର ଜଣାପଡିଛି । ତେବେ ଦୁଇ ମେଳାପୀ ଯୁବକଙ୍କ ମୃତ୍ୟୁକୁ ନେଇ ଝାରପୋଖରୀଆ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଦୁଇଜଣ ବ୍ୟବସାୟ କରୁଥିବା ବେଳେ ଜଣେ ବମ୍ବେଛକ ବଜାରରେ ଇଲେକ୍ଟ୍ରିକ ଦୋକାନ କରିଥିଲେ।

ସମ୍ବନ୍ଧିତ ଖବର