ଝାରସୁଗୁଡ଼ା: ଝାରସୁଗୁଡ଼ା ବେହେରାମାଲ ରାସ୍ତାରେ ମଙ୍ଗଳବାର ରାତି ସାଢ଼େ ୮ ଟାରେ ଏକ ବାଇକ ଓ ମଇଁଷି ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ବାଇକ ଚାଳକ ଓ ମଇଁଷି ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସରବେର୍ଣ୍ଣା ଗ୍ରାମ ଓରାମପଡ଼ାର ବିଜୟ ନାଏକ(୨୫) ଏକ ବାଇକରେ ନିଜ ଗ୍ରାମରୁ ବାହାରି ବେହେରାମାଲ ଛକଆଡ଼େ ଯାଉଥିଲେ। ଏକ୍ସିସ ବ୍ୟାଙ୍କ ସମ୍ମୁଖରେ ଏକ ମଇଁଷି ପଲ ରାସ୍ତା ଉପରେ ଥିଲେ। ବିଜୟ ଭାରସାମ୍ୟ ହରାଇ ଗୋଟିଏ ମଇଁଷି ଦେହରେ ବାଡ଼େଇ ହୋଇ ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇ ଯାଇଥିଲା। ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଯୁବକକୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ରାସ୍ତା ଉପରେ ମଇଁଷିର ମୃତଦେହ ପଡ଼ିଥିବାରୁ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇଥିଲା।