ବାଇକ୍ ଧକ୍କାରେ ଜଣେ ମୃତ, ବାଇକ୍ ଛାଡ଼ି ଅଭିଯୁକ୍ତ ଫେରାର

ବୈପାରିଗୁଡା: ବାଇକ୍ ଧକ୍କାରେ ଜଣକର ମୃତ୍ୟୁ ହୋଇଯାଇଥିବା ବେଳେ ବାଇକ୍ ଆରୋହୀ ଆହାତ ସତ୍ତ୍ବେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣା ଅନୁଯାୟୀ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ରେଙ୍ଗାଲଗୁଡାର ଜିନୁ ଭଇରାପୁଟିଆ (୫୫) ଜଣେ ଶ୍ରମିକ ରୂପେ ଟାଙ୍ଗିଣିଗୁଡା ଠାରେ ନିଳଗିରି ଗଛ କାଟୁଥିଲେ। କାମ ସରିବା ପରେ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇ ସାରି ଫେରିବା ପାଇଁ ରାସ୍ତା ପାର ହେଉଥିବା ବେଳେ ଗୋଟିଏ ବାଇକ୍ ଖୁବ୍ ଜୋରରେ ତାଙ୍କୁ ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ହିଁ ଜିନୁଙ୍କର ମୃତ୍ୟୁ ହୋଇଯାଇଥିଲା।ବାଇକରେ ବସିଥିବା ଦୁଇ ଆରୋହୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ତେବେ ସେମାନେ ଆହାତ ଅବସ୍ଥାରେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ବୋଲି ଜଣାପଡିଛି। ଖବର ପାଇ ବୈପାରିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକ୍ ସହ ଜିନୁଙ୍କ ଶବକୁ ଜବତ କରିଛନ୍ତି। ଫେରାର ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଠାବ କରାଯିବ ବୋଲି ତଦନ୍ତକାରୀ ଅଫିସର ପ୍ରକାଶ କରିଛନ୍ତି। ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତରେ ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର