ଚାନ୍ଦବାଲି : ଟ୍ରାକ୍ଟର ପଛକୁ ପିଟିଲା ବାଇକ୍; ଦୁଇ ଗୁରୁତର, ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଚାନ୍ଦବାଲି : ଭଦ୍ରକ ଚାନ୍ଦବାଲି ରେଡ଼ ମତୋ ଦିଗଛିଆ ରାସ୍ତାର ହଳଦିଗଣ୍ଡ ପୋଲ ନିକଟରେ ଏକ ଟ୍ରାକ୍ଟର ଠିଆ ହୋଇଥିବା ବେଳେ ମତୋରୁ ଦିଗଛିଆ ଆସୁଥିବା ଏକ ଦ୍ରୁତଗାମୀ ବାଇକ୍ ଟ୍ରାକ୍ଟର ପଛକୁ ଖୁବ ଯୋର ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବାଇକ ଚାଳକ ଓ ଟ୍ରାକ୍ଟର ଚାଳକ ଗୁରୁତର ଭାବରେ ଆହତ ହୋଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବେଳେ ରାସ୍ତାରେ ଯାଉଥିବା ପଥଚାରୀ ଉଭୟଙ୍କୁ ଉଦ୍ଧାର କରି ଦମକଳ ଗାଡ଼ି ଯୋଗେ ଭଦ୍ରକ ପଠାଇଥିଲେ । ତେବେ ବାଇକରେ ବସିଥିବା ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇ ଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡ଼ିକାଲରେ ଭର୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଖାଉଟି ସାମଗ୍ରୀ ନେଇ ଯାଉଥିବା ଏକ ଟ୍ରାକ୍ଟର ହଳଦୀଗଣ୍ଡ ନିକଟରେ ଚକା ପମ୍ପଚର ହୋଇଯାଇଥିଲା । ତେବେ ଚକା ମରାମତି ପାଇଁ ଟ୍ରାକ୍ଟର ଚାଳକ ମରାମତି କରୁଥିବା ବେଳେ ୩ଜଣଙ୍କୁ ବସାଇ ଦ୍ରୃତ ଗତିରେ ଆସୁଥିବା ଏକ ବାଇକ୍ ଟ୍ରାକ୍ଟରକୁ ପଛ ପଟୁ ଖୁବ ଯୋରରେ ଧକ୍କା ଦେଇଥିଲା । ଆହତଙ୍କ ପରିଚୟ ମିଳିନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର