ଗଛରେ ବାଇକ ପିଟି ହୋଇ ଯୁବକ ଗୁରୁତର

ମାଲକାନଗିରି: ଜଣେ ଆହତ ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କଲେ ଜୟ ମାଲକାନଗିରି ସଂଗଠନର ସ୍ବେଚ୍ଛାସେବୀ। ବୁଧବାର ସଂଧ୍ୟାରେ ମାଲକାନଗିରି ନିକଟସ୍ଥ ଶ୍ମଶାନ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏମଭି ଗ୍ରାମ ନିକଟ ଟେକଗୁଡା ଗ୍ରାମର ବାବୁଲି ସଗରିଆ (୨୨) ନାମକ ବ୍ୟକ୍ତି ବାଇକରେ ଘରକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲେ।

ବାଇକଟି ଗଛରେ ଧକ୍କା ହେବା ପରେ ବାବୁଲି ଛିଟିକି ପଡିଥିଲେ। ରାସ୍ତାର ଏକ ପାର୍ଶ୍ବରେ ସେ ଆହତ ଅବସ୍ଥାରେ ପଡିଥିବା ବେଳେ ସେହି ରାସ୍ତା ଦେଇ ବହୁ ଲୋକ ଯିବା ଆସିବା କରୁଥିଲେ ମଧ୍ୟ କେହି ତାଂକୁ ସହଯୋଗ କରୁନଥିଲେ। ଏନେଇ ଜୟ ମାଲକାନଗିରି ସଂଗଠନର ସ୍ବେଚ୍ଛାସେବୀ ଜାଣିବା ପରେ ତୁରନ୍ତ ବାବୁଲିକୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରିଥିଲେ।ମେଡିକାଲରେ ବାବୁଲିର ଚିକିତ୍ସା ଚାଲିଛି। ତେବେ ସ୍ବେଚ୍ଛାସେବୀ ରବି ରାଜେଶ, ଶଂକର ପାଣିଗ୍ରାହୀ, ରାହୁଲ ପ୍ରମୁଖ ଉପସ୍ଥିତ ଥିଲେ। ପୁଲିସ ଖବର ପାଇ ମେଡିକାଲରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର