ଟ୍ରକ ପଛରେ ପିଟିଲା ବାଇକ, ଜଣେ ମୃତ

ରାଇରଙ୍ଗପୁର: ନୋ ଏଣ୍ଟ୍ରିରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହୁ ଥିବା ଟ୍ରକ ପଛପଟେ ପିଟିହୋଇ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ ।

ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥ ଭାଲୁବସା ପେଟ୍ରୋଲ ପମ୍ପ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ! ଭାଲୁବସାରୁ ରାଇରଙ୍ଗପୁର ଆଡକୁ ଯାଉଥିବା ବେଳେ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ଆହତ ହୋଇଛନ୍ତି ! ମୃତକ ହେଲେ ଭାଲୁବସା ଗ୍ରାମର ସେକ ସାବିରଙ୍କ ପୁଅ ସେକ ଜାବିର (୨୫) !

ଗୁରୁତର ଯୁବକ ଜଣକ ହେଲେ ସେକ ସମସେରର ପୁଅ ସେକ ଜାସିଦ ( ୧୯ ) ଗୁରୁତର ଯୁବକଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ବାଇକ ଆରୋହୀ ରାତି ୯ ଟା ପରେ ରାଇରଙ୍ଗପୁର ଆଡକୁ ଯାଉଥିବା ବେଳେ ରାସ୍ତା ଉପରେ ଥିବା ଅଗଣିତ ଲୁହାପଥର ବୋଝେଇ ଟ୍ରକ ପଛପଟେ ପିଟି ହୋଇଥିଲା । ପୋଲିସ ବାଇକ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି । ତେବେ ଉକ୍ତ ସ୍ଥାନରେ ନୋ ଏଣ୍ଟ୍ରି ଜନ ଥିଲେ ମଧ୍ୟ ପ୍ରତ୍ୟେକ ଦିନ ଶହ ଶହ ଟ୍ରକ ସେଠାରେ ପାର୍କିଂ କରିଥାନ୍ତି ।

ସମ୍ବନ୍ଧିତ ଖବର