ଜୟପୁର: ଓଡିଆ ନବବର୍ଷ, ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ମେରୁସଂକ୍ରାନ୍ତ ଅବସରରେ ଶୁକ୍ରବାର ସକାଳୁ ସ୍ଥାନୀୟ ରଘୁନାଥ ମନ୍ଦିର ସମ୍ମୁଖରେ ୧୦୮ ହନୁମାନ ଚାଳିଷା ପାଠ ସହ ସୁନ୍ଦରାକାଣ୍ଡ ପାରାୟଣ ହୋଇଥିଲା। ଏହା ସହ ବାଇକ୍ ଶୋଭାଯାତ୍ରା ସ୍ଥାନୀୟ ମାଦଳାସାହିସ୍ଥ ବ୍ୟାୟମଶାଳାରୁ ଆରମ୍ଭ କରାଯାଇ ମୁଖ୍ୟରାସ୍ତା ଦେଇ ଟ୍ରାଫିକ ଛକ ଦେଇ ଢ଼େପଗୁଡା, ବାଇପାସ ରୋଡ ସହ ସମସ୍ତ ହନୁମାନ ମନ୍ଦିରକୁ ଶ୍ରଦ୍ଧାଳୁ ମାନେ ବାଇକ ଶୋଭାଯାତ୍ରାରେ ଯାଇଥିଲେ।

Advertisment

ପରେ ପୁଣି ଏହି ବାଇକ ରାଲି ମାଦଳାସାହି ବ୍ୟାୟମଶାଳା ନିକଟରେ ସରିଥିଲା। ଯଦିଓ ପ୍ରଶାସନ ପକ୍ଷରୁ ସହରରେ ୧୪୪ଧାରା ଲଗାଇଥିଲେ ହେଁ ଏଥିରେ କୋହଳ କରିଛନ୍ତି। ସେଭଳି ଆଜି ସହରର ସମସ୍ତ ରାମମନ୍ଦିର, ଜଗନ୍ନାଥ ମନ୍ଦିର , ହନୁମାନ ମନ୍ଦିର, ଶିବମନ୍ଦିର ସହ ବିଭିନ୍ନ ଦେବୀ ପୀଠରେ ସଂକ୍ରାନ୍ତି ପୂଜା ଅନୁଷ୍ଠିତ ହୋଇଥିଲା। ଆଜି ଦିନ ତମାମ ବିଭିନ୍ନ ମନ୍ଦିର ନିକଟରେ ଦର୍ଶନ ପାଇଁ ମନ୍ଦିର ପରିଚାଳନା କମିଟି ଗୁଡିକ ସୁବନ୍ଦୋବସ୍ତ କରିବା ଅନ୍ନ ପ୍ରସାଦ, ପଣା ବିତରଣ କରିଥିଲେ।

publive-image

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ନିକଟରେ ବିଧାୟକ ତାରା ପ୍ରସାଦ ବାହିନୀପତି , ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମୀନାକ୍ଷୀ ରାଣୀ ବାହିନୀପତି, ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, କାନ୍ତ ପାଢ଼ୀ, ଅଜିତ ସାମନ୍ତରାୟଙ୍କ ଉପସ୍ଥିତିରେ ପଣା ବିତରଣ କରାଯାଇଥିଲା। ସେଭଳି ବିଧାୟକ ଓ ପୌର ଅଧ୍ୟକ୍ଷ ଶ୍ରୀ ମହାନ୍ତି ମନ୍ଦିରରୁ ମନ୍ଦିର ବୁଲି ଦର୍ଶନ କରିବା ସହ ଲୋକଙ୍କ ସହ ମିଶୁଥିବା ଦେଖିବାକୁ ମିଳିଥିଲା। ସେଭଳି ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ବିଜେଡି ନଗର ସଭାପତି ହରପ୍ରସାଦ ମିଶ୍ର, ବ୍ଲକ ଉପାଧ୍ୟକ୍ଷ ଗଣେଶ ପାଢ଼ୀଙ୍କୁ ନେଇ ସହରର ମନ୍ଦିର ଗୁଡିକୁ ବୁଲିବା ସହ ଶ୍ରଦ୍ଧାଳୁଙ୍କୁ ଭେଟି ଶୁଭେଛା ଦେଉଥିବା ଦେଖିବାକୁ ମିଳିଥିଲା।

ଶନିବାର ସଂଧ୍ୟାରେ ଘୋଡାଶାଳା (ପୁରୁଣା ଫାୟରଷ୍ଟେସନ) ପଡ଼ିଆରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବ ନିର୍ଦ୍ଦାରିତ ସମୟରେ ହିଁ ହେବ ବୋଲି ଆବାହକ ହିମାଂଶୁ ମହାପାତ୍ର କହିଛନ୍ତି। ଏଥିରେ ଓଲିଉଡ ଅଭିନେତା ଶୁଭାଶିଷ, ଅଭିନେତ୍ରୀ ଭୂମିକା, ସଂଗୀତ ନିର୍ଦ୍ଦେଷକ ପ୍ରେମାନନ୍ଦ ଏବଂ ତାଙ୍କ ଦଳ, କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ, ଲୋପାମୁଦ୍ରା, ସଂଗୀତା, ହାସ୍ୟ ଅଭିନେତା ପ୍ରଞାନ, ଶଙ୍କରଙ୍କ ସହ ୨୦ଜଣିଆ ଓଲିଉଡ ଦଳ ଭାଗ ନେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେଭଳି ଆଜି ପ୍ରଶାସନ ୧୪୪ଧାରା ଲଗାଇଥିବାରୁ ୪ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରିଥିଲେ। ଏସଡିପିଓ ହରିଶ ବି.ସି, ଟାଉନଥାନା ଅଧିକାରୀ ସମ୍ବିତ ବେହେରା ଆଦି ସଦଳବଳ ସହ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।