ବଲାଙ୍ଗୀର: ମଙ୍ଗଳବାର ରାତିରେ ବିଜାଖମନସ୍ଥିତ ଟ୍ରକ୍ ଟର୍ମିନାଲ ନିକଟରେ ଏକ ଟ୍ରକ୍ ଧକ୍କାରେ ମାନସ ଦାଶ (୩୦ବର୍ଷ) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ମାନସଙ୍କ ଘର ନୟାଗଡ଼ ଜିଲ୍ଲା ଭଗବାନପୁରରେ ବୋଲି ଜଣାପଡ଼ିଛି। ମାନସ ଜୁନାଗଡ଼ରେ କୌଣସି ବ୍ୟବସାୟ କରୁଥିଲେ। ଗତକାଲି ବାଇକ୍ ଯୋଗେ ଜୁନାଗଡ଼ରୁ ନୟାଗଡ଼ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଉପସ୍ଥିତ ଲୋକେ ତାଙ୍କୁ ଡାକ୍ତରଖାନା ଆଣିଥିଲେ। ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ। ବୁଧବାର ସକାଳେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମୃତ ମାନସଙ୍କ ଚକ୍ଷୁକୁ ପରିବାର ଲୋକେ ଚକ୍ଷୁବ୍ୟାଙ୍କକୁ ଦାନ କରିଥିବା ଜଣାଯାଇଛି।
ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ
/sambad/media/post_attachments/wp-content/uploads/2023/08/accident.jpg)