ସୁନ୍ଦରଗଡ଼: ଆଜି ଅପରାହ୍ନ ୪ଟାରେ ରାଜ୍ୟ ରାଜପଥ ୧୦ର ଭଷ୍ମା ପୋଲ ଉପରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଅ।ରୋହୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାଉରକେଲା-ସମ୍ବଲପୁର ରାଜ୍ୟ ରାଜପଥ ୧-କୁ ଅବରୋଧ କରିବା ଫଳରେ ରାସ୍ତାରେ ଯାନବାହନ ଅଟକି ରହିଛି। ରାସ୍ତା ଉପରେ ମୃତଦେହ ପଡିରହିଛି।
ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇଯାଇଥିବା ବେଳେ ଏହି ଅଂଚଳରେ ବାରମ୍ଵାର ଦୁର୍ଘଟଣା ଘଟୁଥିବାରୁ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୁରଣ ଦାବି କରାଯାଇଛି। ଭଷ୍ମା ପୁଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କ ସହ କଥାବାର୍ତ୍ତା କରୁଛି। ରାସ୍ତା ଅବରୋଧ ଫଳରେ ସମ୍ଵଲପୁର–ରାଉରକେଲା ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ମୃତକ ଯୁବକ ଭଷ୍ମା ଥାନା ଦେଉଳି ଗ୍ରାମର ବୋଲି ଜଣାପଡିଛି।