ବୌଦ୍ଧ : ବୌଦ୍ଧ ମହାନଦୀ ପୋଲ ଉପରେ ଏକ ଭ୍ୟାନ୍ (ଡବ୍ଲୁବି-୦୭-ଜେ-୬୪୦୯) ଓ ବାଇକ୍ (ଓଡି ୨୭-ସି-୨୨୭୦) ସହ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଯୁବକଙ୍କ ପରିଚୟ ମିଳି ପାରି ନଥିବା ବେଳେ ସେ ଅନୁଗୁଳ ଜିଲ୍ଲାର ବୋଲି କୁହାଯାଉଛି।
ଭ୍ୟାନ୍ ଧକ୍କାରେ ବାଇକ ଆରୋହୀ ମୃତ
/sambad/media/post_attachments/wp-content/uploads/2021/05/acc3.jpg)