ରାଉରକେଲା : କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଜମୁନାନାକୀ ଶଙ୍ଖ ବ୍ରିଜ ଉପରେ ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଲୋକେ ୧୪୩ ନଂ ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡିଛି। ଉପଯୁକ୍ତ କ୍ଷତିପୂରଣ ଓ ଧକ୍କା ଦେଇଥିବା ଗାଡିକୁ ଧରିବା ଦାବିରେ ରାସ୍ତା ରୋକ୍ କରିଛନ୍ତି।
/sambad/media/post_attachments/wp-content/uploads/2022/01/f8d6ef51-4812-4961-94bc-f91099335add.jpg)
ବୀରମିତ୍ରପୁର ପୁଲିସ , କୁଆଁରମୁଣ୍ଡା ଫାଣ୍ଡି ପୁଲିସ ଓ ବ୍ରାହ୍ମଣୀତରଙ୍ଗ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛିନ୍ତି। ମୃତ ବ୍ୟକ୍ତି ଜଣକ ବିରାଜ ଟପ୍ନୋ ଯମୁନାନାକୀ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ବେଦବ୍ୟାସ ପଟୁ ଓ କୁଆଁରମୁଣ୍ଡାପଟୁ ଆସୁଥିବା ଯାନବାହାନ ଗୁଡିକ ଉଭୟ ପାର୍ଶ୍ଵରେ ଅଟକି ରହିଛି। ରାସ୍ତାଉପରେ ମୃତ ବ୍ୟକ୍ତିଙ୍କ ଶବ ରଖି କ୍ଷତିପୂରଣ ଦାବି ନେଇ ସ୍ଥାନୀୟ ବାସିନ୍ଦା ଅଡ଼ି ବସିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/3747ba6f-af33-457c-ae47-c30e54a3ea2a.jpg)