କାର୍-ବାଇକ୍ ଧକ୍କା, ବାଇକ୍ ଚାଳକ ମୃତ

ବାଇକ୍ ଦୁର୍ଘଟଣାରେ ସିକ୍ୟୁରିଟି ଗାର୍ଡ ମୃତ

ଥୁଆପାଲି : ବରଗଡ଼ ଜିଲ୍ଲା ଋଷୁଡ଼ା ଫାଣ୍ଡି ଅଂଚଳରେ ମଙ୍ଗଳବାର ଅପରାହ୍ନରେ କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକ୍‌ ଆରୋହୀ ଆଠମଲ୍ଲିକର ଡକେଶ୍ବର ପତ୍ରୀ (୨୭)ଙ୍କ ମୃତ୍ୟୁ ଘଟିଛି।

ଭେଡ଼େନ ଥାନା ଋଷୁଡ଼ା ଫାଣ୍ଡି ତୁରୁମ୍‌ ବ୍ରିଜ ନିକଟରେ ସୁଇପ୍‌ଟ ଡିଜାୟାର କାର୍‌ (ଓଡି୦୨-ବିଏମ୍‌-୧୯୨୭) ଓ ଏକ ହୋଣ୍ଡା ସାଇନ୍‌ ମଧ୍ୟରେ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକ୍ ଆରୋହୀ ଡକେଶ୍ବରଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଭେଡ଼େନ ପୁଲିସ ଘଟଣାସ୍ଥଳରେ ପହଂଚି ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।

ବାଇକ୍ ଦୁର୍ଘଟଣାରେ ସିକ୍ୟୁରିଟି ଗାର୍ଡ ମୃତ

ବ୍ରଜରାଜନଗର : ବ୍ରଜରାଜନଗର ଥାନା କୁଦପାଲି -ବୁନ୍ଦିଆ ରାସ୍ତା ଉପରେ ଏକ ବାଇକ (ଓଆର୍‌ ୨୩ ଏ ୪୫୨୮) ଦୁର୍ଘଟଣା ଗ୍ରସ୍ତ ହେବାରୁ ବାଇକ ଆରୋହୀ ଶୁକଦେବ ପାଣି (୫୫)ଙ୍କ ମୃତ୍ୟୁ ହୋଇଛି। ଓରିଏଣ୍ଟ ଥାନା ଅନ୍ତର୍ଗତ ଗଜପତି ନଗରରେ ରହୁଥିବା ଶୁକଦେବ ଏସ୍‌ଆଇଏସ୍‌ ସିକ୍ୟୁରଟି ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି। ସେ ବୁଧବାର ସନ୍ଧ୍ୟା ୫.୩୦ମି.ରେ ବାଇକ୍‌ରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମଣ୍ଡଳିଆ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ରାମପୁର ଫାଣ୍ଡି ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଅନୁସନ୍ଧାନ କରୁଛି। ଗୁରୁବାର ଶବ ବ୍ୟବଛେଦ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର