କାର୍ ଧକ୍କାରେ ବାଇକ୍‌ ଚାଳକ ମୃତ

ନୟାଗଡ଼ : ଆଜି ଅପରାହ୍ଣ ପ୍ରାୟ ୫ ଟା ସମୟରେ ଏକ କାର୍ ଓ ବାଇକ୍‌ ମଧ୍ୟ‌ରେ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତକ ଇଟାମାଟି ଥାନା ଅଧୀନ ଡମସାହିର ଗଗନ ସିଂହ ବୋଲି ଜଣାଯାଇଛି। ଗଗନ ନୟାଗଡ଼ରୁ ନିଜ ଗ୍ରାମ ଅଭିମୁଖେ ଫେରୁଥିବା ‌ବେଳେ ନୋତ୍ତର ନିକଟରେ ପଛପଟୁ ତାଙ୍କୁ ଏକ କାର୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଗଗନଙ୍କର ମୃତ୍ୟୁ ହୋଇ ଯାଇଥିଲା। ବାଇକ୍‌କୁ ଧକ୍କା ଦେଇ କାର୍‌ଟି ନିକଟସ୍ଥ ବିଲକୁ ଖସି ଓଲଟି ପଡ଼ିଥିବା ବେଳେ ଚାଳକର ବିଶେଷ କିଛି କ୍ଷତି ହୋଇନଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ କାର୍ ଚାଳକ ଫେରାର୍‌ ହୋଇ ଯାଇଥିବା ଜଣାପଡ଼ିଛି। ଏ ନେଇ ଥାନାରେ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର