ଲାଞ୍ଜିଗଡ଼ : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା-ବିଷମକଟକ ରାସ୍ତାର ମୁନିଗୁଡ଼ା ବନଦୁର୍ଗା ମନ୍ଦିର ନିକଟରେ ଏକ ପିକ୍ଅପ୍ ଭ୍ୟାନ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଆରୋହୀ ଲାଞ୍ଜିଗଡ଼ ସିମେଲଭଟା ଗାଁର ଅଂକୁର ମାଝୀଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ବୁଧବାର ଅଂକୁର ବାଇକ୍ (ଓଆର ୧୮ଏ-୮୩୯୨)ରେ ତାଙ୍କ ଭଉଣୀ ଘର ମୁନିଗୁଡ଼ା ନିକଟ ବାଞ୍ଜିକୁସୁମ ଗାଁକୁ ଯାଇ ଫେରୁଥିଲେ। ଏହି ସମୟରେ ବନଦୁର୍ଗା ମନ୍ଦିର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ (ଓଡି ୦୮ ଟି ୦୧୬୯) ସହିତ ତାଙ୍କ ଧକ୍କା ହୋଇଥିଲା। ଖବର ପାଇ ମୁନିଗୁଡ଼ା ପୁଲିସ ପହଞ୍ଚି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମୁନିଗୁଡ଼ା ସିଏଚ୍ସିକୁ ପଠାଇଥିଲା। ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ବାଇକ୍ ଓ ପିକ୍ଅପ୍ ଭ୍ୟାନ୍କୁ ଜବତ କରି ତଦନ୍ତ କରୁଛି। ଅଙ୍କୁରଙ୍କ ବାପା ବୁଡୁ ମାଝୀଙ୍କ ୩ ବର୍ଷ ତଳେ ମୃତ୍ୟୁ ଘଟିଥିବା ବେଳେ ବଡ଼ଭାଇ ଶଙ୍କର ମାଝୀଙ୍କ ମଧ୍ୟ ଦୁଇବର୍ଷ ତଳେ ମୃତ୍ୟୁ ଘଟିଥିଲା। ଅଙ୍କୁରର ମୃତ୍ୟୁକୁ ନେଇ ଲାଞ୍ଜିଗଡ଼ ଅଂଚଳରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/accident-bike.jpg)